Fgd

ସତ୍ୟ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ ଓ ସର୍ଭିସ ସେଣ୍ଟର ଉଦଘାଟିତ

State

ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ବିଶେଷ ରିହାତି

ବାରିପଦା:  ପିସିଏମ କଲ୍ୟାଣ ମଣ୍ଡପ ସନ୍ନିକଟ ରେ ସତ୍ୟ ଇ-ବାଇକର ଅତ୍ୟାଧୁନିକ ନୂତନ ସୋରୁମ୍ ଓ ସର୍ଭିସ ସେଣ୍ଟର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସତ୍ୟ ଇ ବାଇକର ସତ୍ଵାଧିକାରୀ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବାଇକ୍ ଡିଲର ରଜତ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଅଭିଷେକ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକ, ଟ୍ରାନ୍ସ ମୋବିଲିଟିର ଅଲ ଇଣ୍ଡିଆ ସେଲସ ମୁଖ୍ୟ ଶୁଭେନ୍ଦୁ ଶେଖର, କାଉନସିଲର ଅନନ୍ତ ଦାସ, ସମାଜସେବୀ ନିରୋଜ ଓ ଲୋଚନ ପଣ୍ଡା , ସାମ୍ବାଦିକ ମନୋଜ ପଣ୍ଡା,ଦୀପକ ନାୟକ, ଅଭିଷେକ ପ୍ରମୁଖ ଯୋଗ ଦେଇ ନୂତନ ଗୃହକୁ ଫିତା କାଟି ଉଦଘାଟନ କରିଥିଲେ।

ଆଜିର ସମୟରେ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଇ-ବାଇକ ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ଅତିଥି ମାନେ କହିଥିଲେ। ସରକାରଙ୍କ ତରଫରୁ ଏହି ଏକ ବ୍ୟାଟାରି ଚାଳିତ ଗାଡି ଗୁଡିକ ଉପରେ ବିଶେଷ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି,ନୂତନ ଗ୍ରାହକ ଏବଂ ସତ୍ୟ ଇ ବାଇକର କର୍ମଚାରୀମାନେ ଉପସ୍ଥିତ ଥିଲେ।କମ ଦାମରେ ବହୁ ଆକର୍ଷଣୀୟ ରଙ୍ଗର ମନ ପସନ୍ଦର ସ୍କୁଟି ଉପଲବ୍ଧ ହେଉଛି ।ସହରର ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ଏହା ଖୋଲା ଯାଇଛି । ନାବାଳକ ଏବଂ ଅପ୍ରାନ୍ତ ଵୟସ୍କଙ୍କ ପାଇଁ ଏହା ସବୁଠାରୁ ଦରକାରୀ ଅଟେ । ଅଭିଭାବକମାନେ ପିଲାମାନଙ୍କ ଆବଶ୍ୟକତାକୁ ମେଣ୍ଟାଇବା ସହ ପିଲାମାନଙ୍କ କଲେଜ ,ଟ୍ଯୁସନ,ଯିବା ପାଇଁ ଏହି ଗାଡି ଟାଣିଲେ ପେଟ୍ରୋଲ ଚିନ୍ତା, ପୋଲିସ ଓ ପରିବହନ ବିଭାଗର କଟକଣା ଓ ତଣ୍ଡରୁ ମୁକ୍ତ ହୋଇପାରିବେ । ଲାଇସେନ୍ସ ଆବଶ୍ୟକତା ନାହିଁ । ସହରରେ ଏହି ସୋରୁମ୍ ଖୋଲିଥିବାରୁ ଅଂଚଳବାସୀ ବିଲର ରଜତ ପଣ୍ଡାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।