Photo For The News Of Annual Function

ଚକ୍ରାପାଢୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

State

ଆଗରପଡ଼ା :ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚକ୍ରାପାଢୀର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କବିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଉଦଘାଟକ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ମୁଖ୍ୟ ଅତିଥି ଭାବେ ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରିଣୀ ମଞ୍ଜୁଳାବାଳା ନାୟକ, ମୁଖ୍ୟ ବକ୍ତା ଭାବେ ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠି ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ସମିତି ସଭ୍ୟ ଧରଣୀଧର କର, ଅଣିଜୋ ସ।।ଧନ କେନ୍ଦ୍ର ସଂଯୋଜକ ଅକ୍ଷୟ ସାହୁ, ପୂର୍ବତନ ସରପଂଚ ବନମାଳୀ ବେହେରା, ସମାଜସେବୀ ପର୍ଶୁରାମ ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ କୁଣ୍ଡୁ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ସହକାରୀ ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଫଲ୍ଲ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଶିକ୍ଷକ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତି ପ୍ରତିଭାଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଦିବସବ୍ୟାପି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଫଲ୍ଲ ନାୟକ, ବିଜୟ ଦାସ, ପ୍ରଫୁଲ୍ଲ ବିଶ୍ୱାଳ, ବିଶ୍ୱନାଥ ଜେନା, ବୃନ୍ଦାବନ ଯେନା, ଶିକ୍ଷୟିତ୍ରୀ କଳ୍ପନା ସାହୁ, ନିରୁପମା ଦାସଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ସହଯୋଗ କରିଥିଲେ ।