ପିଟିଆଇ ଉଲ୍ଲେଖ କରିଛି ଯେ ଗଡ଼କରୀ କହିଛନ୍ତି, ‘‘ମୁଁ ସବୁବେଳେ ମଜାରେ ମଜାରେ କହିଛି ଯେ ସେ ଯେଉଁ ଦଳର ସରକାର ହୁଅନ୍ତୁ ନା କାହିଁକି, ଗୋଟିଏ କଥା ନିଶ୍ଚିତ ଯେ ଯିଏ ଭଲ କାମ କରେ ସେ କେବେବି ସମ୍ମାନ ପାଇବ ନାହିଁ। ଯେଉଁମାନେ ଖରାପ କାମ କରନ୍ତି ସେମାନଙ୍କୁ କଦାପି ଦଣ୍ଡ ଦିଆଯାଏ ନାହିଁ।’’
ଏହାଛଡ଼ା ଶାସକ ଦଳ ସହିତ ଜଡ଼ିତ ରହିବାକୁ ଆଗ୍ରହୀ ଥିବା ସୁବିଧାବାଦୀ ନେତାଙ୍କ ଉପରେ ଗାଡକରୀ ଉଦ୍ବେଗ୍ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏଭଳି ରାଜନେତାମାନେ ଥିଲେ ଯାହାଙ୍କ ଆଦର୍ଶରେ ସେ ପ୍ରେରିତ ହୋଇଥିଲେ। ହେଲେ ଏବେ ସେଭଳି ନେତାଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ ବୋଲି ଗଡ଼କରୀ କହିଛନ୍ତି। ଏକ ମରାଠୀ ସମ୍ବାଦ ସଂଗଠନ ‘ଲୋକମତ ମିଡିଆ ଗ୍ରୁପ୍’ ଦ୍ବାରା ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରୀ ଏହି ମନ୍ତବ୍ୟ ଦେଇଛନ୍ତି।