Onn 3

ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ବିଷୟରେ ନିଷ୍ପତ୍ତି ନିଆଯିବ: ଖଡ୍‌ଗେ

National & International

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ସେବା ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ବିରୋଧ କରାଯିବା ନ ଯିବା ନିଷ୍ପତ୍ତି ସଂସଦ ଅଧିବେଶନ ପୂର୍ବରୁ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
କଂଗ୍ରେସ ଯଦି ପ୍ରସଙ୍ଗରେ ସମର୍ଥନ ନ କରେ ପାଟନା ବିରୋଧୀ ଏକତା ବୈଠକରୁ ଓହରି ଯିବ ବୋଲି ‘ଆପ୍‌’ ଚରମ ବାଣୀ ଶୁଣାଇବା ପରେ ଖଡ୍‌ଗେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଆଜି ସକାଳେ ପାଟନା ଅଭିମୁଖେ ବାହାରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଓ ‘ଆପ୍‌’ର ଚରମ ବାଣୀ ପ୍ରସଙ୍ଗରେ ପଚରା ଯିବାରୁ ସେ କହିଲେ, ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ତାଙ୍କ ଦଳ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିବ। ସଂସଦର ବିଷୟବସ୍ତୁ ହୋଇଥିବା ବେଳେ ଏକଥା ସବୁଆଡ଼େ କାହିଁକି ଆଲୋଚନା କରାଯାଉଛି କହି ସେ ବିସ୍ମିତ ହୋଇଛନ୍ତି।
ସେ କହିଛନ୍ତି, ଏହାକୁ ବିରୋଧ କି, ସମର୍ଥନ କରିବା କଥା ବାହାରେ ହେବନାହିଁ, ସଂସଦ ଭିତରେ ହେବ। ମିଳିତ ଭାବେ କେଉଁ ପ୍ରସଙ୍ଗରେ କାମ କରିବେ ତାହା ସଂସଦ ଅଧିବେଶନ ଆରମ୍ଭ ହେବା ଆଗରୁ ସମସ୍ତ ବିରୋଧୀ ଦଳ ସ୍ଥିର କରିବେ। ସେମାନେ (ଆପ୍‌) ଏକଥା ଜାଣନ୍ତି ଏବଂ ତାଙ୍କ ନେତା ବି ଆମ ସର୍ବଦଳୀୟ ବୈଠକକୁ ଆସିଛନ୍ତି। ବାହାରେ ଏ ପ୍ରସଙ୍ଗ ‌ଏତେ ପ୍ରଘଟ କରାଯିବାର କାରଣ ମୁଁ ଜାଣିପାରୁ ନାହିଁ।

କ’ଣ ବିରୋଧ କରାଯିବ ଓ କ’ଣ ଗ୍ରହଣ କରାଯିବ ତାହା ପ୍ରାୟ ୧୮ରୁ ୨୦ ଦଳ ଏକତ୍ର ନିଷ୍ପତ୍ତି ନେଇଛନ୍ତି। ତେଣୁ, ଏବେ କିଛି କହିବା ପରିବର୍ତ୍ତେ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ଆମେ ନିଷ୍ପତ୍ତି ଗ୍ରହଣ କରିବୁ ବୋଲି ସେ କହିଛନ୍ତି।