Photo For The News Of Mandira Pratistha

ମା’ବନଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

State

ଆଗରପଡ଼ା  : ପ୍ରତିବର୍ଷ ପରି ଚଳିତ ବର୍ଷ ବନ୍ତ ବ୍ଲକ୍ ରାମଚନ୍ଦ୍ରପୁର ପଂଚାୟତ ନିମପଡ଼ା ଗ୍ରାମରେ ଅଧିଷ୍ଠିତ ମା’ ବନଦୁର୍ଗା ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିବସ ଧରି ଉକ୍ତ ଉତ୍ସବର ପ୍ରାରମ୍ଭରେ ୨୧ ଜଣ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣି ରୁ ଘଟୋତ୍ତୋଳନ କରା ଯାଇ ପୂଜାରମ୍ଭ ହୋଇଥିଲା । ପ୍ରଥମ ଦିନର ପ୍ରତ୍ୟୁକ୍ଷରୁ ପ୍ରଥମେ ସୂର୍ଯଦେବଙ୍କପୂଜା, ଗୋ ପୂଜାଦି କରାଯିବା ସହ ଯଜେ୍ଞଶ୍ୱରଙ୍କର ଦଶ କର୍ମାଦି ସଂସ୍କାର କରାଯାଇ ଚଣ୍ଡିପାଠ ମନ୍ତ୍ରରେ ଆହୁତି ପ୍ରଦାନ କରାଯାଇଥିଲା । ଯଜ୍ଞର ମଧ୍ୟମ ଦିବସରେ ଦୁର୍ଗାଙ୍କ ସହସ୍ର ନାମ ସହ ପାଶ୍ୱର୍ସ୍ଥ ଦେବାଦେବୀଙ୍କର ଆହୁତି ପ୍ରଦାନ , ଅଖଣ୍ଡ ନାମ ସଂକୀର୍ତନ ପୂର୍ବକ ଅପରାହ୍ନରେ ବହୁ ଭକ୍ତଙ୍କ ଉପସ୍ଥିତିରେ ବେଦମାତା ଗାୟତ୍ରୀ ଙ୍କର ମୂଳ ମନ୍ତ୍ରରେ ଏକଶତ ଅଷ୍ଟମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ପରେ ଘଂଟ ଶଙ୍ଖ ଓ ହୁଳହୁଳି ଧ୍ୱନିରେ ବିଶ୍ୱର ମଙ୍ଗଳ ନିମିତତ୍ତପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଉକ୍ତ ଯଜ୍ଞ ର ମୁଖ୍ୟ ପୁରୋଧା ପ୍ରତାପ ବିଶ୍ୱାଳ ଓ ତାଙ୍କପତ୍ନୀ ମମତା ମୁଖ୍ୟ କଳସ ଆଣିଥିବା ବେଳେ ଯଜ୍ଞ କାର୍ଯ୍ୟ ସଂପାଦନା କରିଥିଲେ ପଣ୍ଡିତ ପଦ୍ମନାଭ ପଣ୍ଡା ଓ ଧରଣୀଧର ଦ୍ୱୀବେଦି ପ୍ରମୁଖ । ଏହାକୁ ବିଶ୍ୱନାଥ ବିଶ୍ୱାଳ,ସୁବାଶ ବିଶ୍ୱାଳ,ବିଜୟ ବିଶ୍ୱାଳ, ବିଦ୍ୟାଧର ବିଶ୍ୱାଳ,ଦୁର୍ଗା ବିଶ୍ୱାଳ,ଧରଣୀଧର ବିଶ୍ୱାଳ,ଗଣନାଥ ବିଶ୍ୱାଳ,ଭୀମସେନ ବିଶ୍ୱାଳ ପ୍ରମୁଖଙ୍କସହ ଗ୍ରାମବାସୀ ସହଯୋଗ କରିଥିଲେ ।