Onn 3

ମାନସିକ ସ୍ଵାସ୍ଥ୍ୟଓସ୍ୱାସ୍ଥ୍ୟବସ୍ଥା ପାଠ୍ୟକ୍ରମ ଉନ୍ମୋଚନଏବଂ ସମ୍ମିଶ୍ରଣସଭା

State

ବାରିପଦା: ସମନ୍ଵିତ କାର୍ଯ୍ୟକ୍ରମର ଏକ ସମିଶ୍ରଣ ସଭା ଅନୁଷ୍ଠିତ ହୋଇଛି ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଶିଶୁର ପୁଷ୍ଟି, ସ୍ବାସ୍ଥ୍ୟ ଏବଂ ଶିକ୍ଷାର ମିଳିତ ବିକାଶ। ଏହି ସଭା ଟି ଆଦ୍ୟ ୨୩-୦୬-୨୦୨୩ ତାରିଖ ପ୍ରୟାସ ହଲ, ବାରିପଦା ଠାରେ ଆୟୋଜିତ ହୋଇଯାଇଛି।

ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏକ ମିଳିତ ଉପାୟରେ ବିଭିନ୍ନ ବିଭାଗ ଯେପରିକି ମହିଳା ଏବଂ ଶିଶୁ ବିକାଶ, ଶିକ୍ଷା, ସାମାଜିକ ନିରାପତ୍ତା, ଭିନ୍ନକ୍ଷମଙ୍କ ସଶକ୍ତିକରଣ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ। ଯାହା ଦ୍ଵାରା କି ଆମେ ୦ ରୁ ୬ ବର୍ଷ ଶିଶୁର ପୁଷ୍ଟି, ସ୍ବାସ୍ଥ୍ୟ ଏବଂ କିଶୋର କିଶୋରମାନଙ୍କ ଶିକ୍ଷାର ଉନ୍ନତି ହୋଇ ପାରିବ।

ଏହି ସଭାରେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସେ ସମନ୍ଵିତ କାର୍ଯ୍ୟକ୍ରମପ୍ରତି ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଜ୍ଞା କରି ଥିଲେ।

ଅନ୍ୟାନ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ–ଡ ଜ୍ଞାନରଞ୍ଜନ ମହାନ୍ତି –incharge –  Chief District Medical & Public Health Officer ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଅନ୍ନପୂର୍ଣ୍ଣା ସୀଙ୍କୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ –  ତରୁଣ ତପନ ପ୍ରହରାଜ, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର – ବରିଷ୍ଠ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ –  ରାଜ କମଲ ଶର୍ମା, କାର୍ଯ୍ୟକାରୀ ସହଭାଗୀ – ସାଧନା ଏବଂ ସ୍ପାର ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ

ଶ୍ରୀ ରାଜ ଶର୍ମା ସମନ୍ଵିତ କାର୍ଯ୍ୟକ୍ରମବିଷୟରେ ସମସ୍ତଙ୍କୁ ଅବଗତ କରାଇ ଥିଲେ ଏବଂ ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକରେ AIF ର ଚାଲି ଆସିଥିବା ପ୍ରଚେଷ୍ଟା ଯାହା କି ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇବା, ବାଲ୍ୟକାଳର ଶିକ୍ଷା, କିଶୋର କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତି।

ଏହି ସମନ୍ଵିତ କାର୍ଯ୍ୟକ୍ରମକୁ ସାଧନା ଏବଂ ସ୍ପାର୍ ଏନଜିଓ ମାଧ୍ୟମରେ ଗୋପବନ୍ଧୁ ନଗର ଏବଂ ଠାକୁରମୁଣ୍ଡା ବ୍ଲକ ରେ ୬ ମାସରୁ ୩ ବର୍ଷ  ଏବଂ ୩ ବର୍ଷରୁ ୬ ବର୍ଷ ପିଲାମାନଙ୍କୁ ଅତିରିକ୍ତ ଗରମ ରନ୍ଧା ଖାଦ୍ୟ ଅଙ୍ଗନୱାଡ଼ି କେନ୍ଦ୍ର ରେ ଯୋଗାଇ ଦିଆଯାଉଛି

ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀକହି ଥିଲେ କି ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ପୁରା ସହଯୋଗ ରହିବା ଯାହା ଦ୍ଵାରା ଗୁରୁତର ତୀବ୍ର ପୁଷ୍ଟିହୀନ ଶିଶୁର ରେଫରାଲ ସେବା କୁ ସୁଦୃଢ କରିବା, ମାଁ ଓ ଯତ୍ନକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଯେପରି ସେମାନେ ଶିଶୁମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର କୁ ଆଣିବେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଂଗ ଶିଶୁ ମାନଙ୍କ ନିମନ୍ତେ ବିଭାଗର ଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ୨ଟି ବ୍ଲକ କେତେକ ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସହାୟକ, supervisor, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କ ଉଲ୍ଲେଖନୀୟ ଅବଦାନ ଓ ପ୍ରୟାସ ନିମନ୍ତେ ସ୍ଵୀକୃତି ପ୍ରଦାନ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ – ମାନସିକ ସ୍ଵାସ୍ଥ୍ୟଓସ୍ୱାସ୍ଥ୍ୟବସ୍ଥା ପାଠ୍ୟକ୍ରମ ଏବଂ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ପୁସ୍ତିକା କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ଯାହା ମୟୂରଭଞ୍ଜ ଜିଲ୍ଲା ର ସମନ୍ଵିତ କାର୍ଯ୍ୟକ୍ରମ ରେ ବ୍ୟବହାର ହେବ।

ଶେଷ ରେ  ଶିବାନୀ ଗୂହା – ପ୍ରୋଗ୍ରାମ ଅଫିସର – ସମନ୍ଵିତଶିଶୁ ବିକାଶ ବିଭାଗସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।