Onn 3

ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଦମ୍ପତି

State

ବାରିପଦା: ନାରାୟଣ ସେବା ଟ୍ରଷ୍ଟର ସଦସ୍ୟା ଗୌରୀ ମଣୀ ବାସ୍କେ ନିଜର ଜନ୍ମଦିନରେ ତାଙ୍କ ତାଙ୍କ ସ୍ୱାମୀ ବୈଦ୍ୟନାଥ ମୁର୍ମୁଙ୍କ ସହ ରକ୍ତଦାନ କରି ନିଆରା ଢଙ୍ଗରେ ଟ୍ରଷ୍ଟର ସଦସ୍ୟ ମାନଙ୍କ ଗହଣରେ ଜନ୍ମଦିନ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି I ଓଡିଶା ରକ୍ତ ଭଣ୍ଡାର,ବାରିପଦାରେ ଉଭୟ ଦମ୍ପତି ରକ୍ତଦାନ କରିବା ପରେ ଟ୍ରଷ୍ଟର ସଦସ୍ୟଗଣ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ଅଭିନନ୍ଦନ ଜଣାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ I

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ଡ଼ଃ ନିରୋଜ କୁମାର ପୋଥାଳ ସମେତ ଅନିଲ କୁମାର ନାଏକ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ରଣଜିତ ଦାସ, ମାନସ ବାଗ, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ସୁଧୀର କୁମାର ଗିରି ଓ ବସନ୍ତ କୁମାର ରଣା ତଥା ରକ୍ତ ଭଣ୍ଡାରର ରୁଚିକା ଖୁରାନା ଓ ଛବି ମାହାଲି ପ୍ରମୁଖ ଉପସ୍ଥିତ ଥିଲେ I