Img 20240205 Wa0164

୧୯୮୦ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେଲେ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଦାମ ପାହାଡ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୦ ମାଟ୍ରିକ ବ୍ୟାଚ୍ ସହପାଠୀଙ୍କ ପ୍ରଥମ ବାର୍ଷିକ ବନ୍ଧୁ ମିଳନ ବିଦ୍ୟାଳୟ ପରିସରରେ ଆୟୋଜିତ ହେଇଯାଇଛି। ବିଭିନ୍ନ କ୍ଷେତ୍ରରେ କର୍ମରତ ବନ୍ଧୁଗଣ ବନ୍ଧୁମିଳନ “ସମ୍ପର୍କ -୨ ୦୨୪ଭଳି ଦୁର୍ଲ୍ଲଭ ସମାରୋହରେ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିଥିଲେ।ଚିତ୍ତରଞ୍ଜନ ମଣ୍ଡଳ ଙ୍କ ତତ୍ତ୍ୱାବଧାନରେ ତଥା ଦାଶରଥି ପାତ୍ର, ମଙ୍ଗଲା ଗିରି, ଗୌରହରି ମହାନ୍ତ, ଘାସିରାମ ସାହୁ, ଦୀନବନ୍ଧୁ ଗିରି ଏବଂ ଲକ୍ଷ୍ମୀଧର ମହାନ୍ତ ଏହି ସମାରୋହରେ ସହଭାଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହି ସମୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଦଶରଥ ମହାନ୍ତ ଏବଂ ଶିକ୍ଷୟତ୍ରୀ ଚାରୁସିଲା ରାଉଳ, ମଞ୍ଜୁ ପରିଡ଼ା, ମମତା ପଟ୍ଟନାୟକ ତଥା କର୍ମଚାରୀ ଦୁଃଖୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ଆହୁରି ଉଜ୍ଜଳ ହେଉ ବୋଲି କହିଥିଲେ। ବୈଠକ ପ୍ରାରମ୍ଭରେ ଦିବ୍ୟଙ୍ଗତ ସହପାଠୀ ଓ ଶିକ୍ଷକଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଦାଶରଥି ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଚିତ୍ତରଞ୍ଜନ ମଣ୍ଡଳ ଏଭଳି ଅବିସ୍ମରଣୀୟ ବନ୍ଧୁ ମିଳନ ସମାରୋହ ମାନସ ପଟରେ ସବୁଦିନ ରହିବ ବୋଲି ଅଭିମତ ପ୍ରକାଶ କରିଥିଲେ। ଏହି ବନ୍ଧୁ ମିଳନ କାର୍ଯକ୍ରମ ରେ ଏକ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସହ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ନିଜ ନିଜ ଜୀବନୀ ଆଧାରିତ ବକ୍ତବ୍ୟ ରଖିଥିଲେ।୧୯୮୦ ମାଟ୍ରିକ ବ୍ୟାଚ୍ ତରଫରୁ ସ୍କୁଲ ପାଇଁ ଗୋଟିଏ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା ଶେଷରେ ଧନ୍ୟବାଦ୍ ଦେଇ ସଭା ସମାପ୍ତ କରାଯାଇଥିଲା ! ଉକ୍ତ କାର୍ଯ୍ୟକ୍ରମରେ ସେହି ସମୟରେ ଶିକ୍ଷା ଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା। ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଉନ୍ନତି ନିମନ୍ତେ ଏହି ବ୍ୟାଚ୍ ର ସମସ୍ତ ସହପାଠୀ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ସଂପୂର୍ଣ୍ଣ ସହଯୋଗ ରହିବା ନେଇ ସମସ୍ତ ସହପାଠୀ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା ବେହେରା ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ ପରିଚାଳନା ରେ ସହଯୋଗ କରିଥିଲେ।