Img 20240205 Wa0163

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ରେ ଆଶିଷଙ୍କ ସଫଳତା

State

ବାରିପଦା : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଶିଷ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ଆଶିଷ ବର୍ତ୍ତମାନ ବାରିପଦାର ୧୫ ନଂ ୱାର୍ଡ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର I ସେ ବ୍ଲକ ସ୍ତରୀୟ ଚିତ୍ରକାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ I ଉଦଳା ଅଂଚଳର କୁଣ୍ଡାବାଇ ନିକଟସ୍ଥ ବଳଭଦ୍ରପୁର ଗ୍ରାମର ଚନ୍ଦ୍ରମଣି ବିଶ୍ୱାଳ ଓ ମାଳତୀ ବିଶ୍ୱାଳଙ୍କ ପୁତ୍ର I ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ମା ଙ୍କ ଦେହାନ୍ତ ପରେ ପାଠ ପଢ଼ା ଛାଡିଦେଇଥିଲେ I

ଜୁଆଳିଆ ବିଦ୍ୟାଳୟର ଲିପି ଦିଦି ତାକୁ ଆଣି ନିଜ ବିଦ୍ୟାଳୟରେ ନାମ ଲେଖି ହଷ୍ଟେଲରେ ରଖିଦେଇଥିଲେ I ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇ ହଷ୍ଟେଲରେ ରହି ପାଠ ପଢିଆସୁଛନ୍ତି I ତାଙ୍କ ଭିତରେ ଥିବା ପ୍ରତିଭାକୁ ଲକ୍ଷ୍ୟ କରି ତାର ବିକାଶ ପାଇଁ ପ୍ରଧାନ ଶିକ୍ଷକ ସୋମନାଥ ସିଂହ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାରାଣ୍ଡିଙ୍କୁ ଦାୟିତ୍ୱ ଦେଇଥିଲେ I ତା ପରଠାରୁ ଆଶିଷ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ବହୁବାର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି I ତତସହିତ ତାଙ୍କ ନିର୍ମିତ ଗଣେଶ ଓ ସରସ୍ବତୀ ମୂର୍ତ୍ତି ବିଦ୍ୟାଳୟରେ ପ୍ରତିବର୍ଷ ପୂଜା ପାଆନ୍ତି I ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ / ଶିକ୍ଷୟତ୍ରୀ, ସ୍ଥାନୀୟ ଜନସାଧାରଣ ସମେତ ବାରିପଦା ବ୍ଲକ ଶିକ୍ଷା ବିଭାଗ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I