Img 20240203 Wa0205

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ:ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମବେତ “ବନ୍ଦେ ଉତ୍କଳ ଜନନୀ” ଗାନ

State

ବାରିପଦା:  ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଅବସରରେ, ଜିଲ୍ଲାପାଳ, ମୟୂରଭଞ୍ଜଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଦ୍ୱାରା ଶନିବାର ଦିନ ସମବେତ ଓଡ଼ିଶା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନ ସମାରୋହ ଅବସରରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମବେତ ଓଡ଼ିଶା ରାଜ୍ୟ ସଂଗୀତ ଗାନ ସଭା ଆୟୋଜନ ହୋଇଥିଲା।

ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ , ଡେପୁଟି କଲେକ୍ଟର, ଶ୍ରୀ ଶୁଭରଂଞ୍ଜନ ନାୟକ ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଶୁଭଙ୍କରୀ ସୁଦେସ୍ନା ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣି , ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସଂଗୀତ ଗାନ କରିଥିଲେ। ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସମସ୍ତେ ଏହି ସଭାରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।