Img 20240203 Wa0229

କୁସୁମବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପୁରସ୍କୃତ

State

ବାରିପଦା:  ସରକାରୀ ଉଚ୍ଚ ବିଦ୍ୟାଳୟ, କୁସୁମବନ୍ଧ, ବାଙ୍ଗିରିପୋଷି ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇବା ପାଇଁ ଯୋଗ୍ୟ ବିବେଚି଼ତ ହୋଇ ତା ୩୧-୦୧-୨୦୨୪ ରିଖ ଦିନ କଳିଙ୍ଗ ଷ୍ଟାଡ଼ିୟମ୍‌, ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଝଗଊଉ କମିଟି ତଥା ପ୍ରଧାନ ଶିକ୍ଷକଙ୍କୁ ମୋମେଣ୍ଟୋ, ମାନପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପୁରସ୍କାର ଗ୍ରହଣ କରିବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶ୍ରୀ ପୁଷ୍ପିତା ରାଣୀ ସୁର, ସମସ୍ତ ଶ୍ରେୟ ବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ, ଗ୍ରାମବାସୀ, ଝଗଊଉ ସଦସ୍ୟ / ସଦସ୍ୟା ଏବଂ ସର୍ବୋପରି ବାଙ୍ଗିରିପୋଷି ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୌତମ କୁମାର ପାତ୍ର ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଏହି ସଫଳତାରେ ସମସ୍ତଙ୍କ ମନରେ ଖୁସିର ଲହର ଖେଳିଯାଇଛି ।