Img 20240202 124304.jpg

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ବଢ଼ିଲା ପଦବୀ ସଂଖ୍ୟା

State

IMG_20240202_124304

ଭୁବନେଶ୍ୱର: ପରିବର୍ତ୍ତନ ମୁଡ୍ ରେ ରାଜ୍ୟ ସରକାର। ଯେଉଁଥିରେ ସାମିଲ୍ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ପଦବି ସଂଖ୍ୟାରେ ବୃଦ୍ଧି କରାଯାଇଛି। ପୂର୍ବରୁ ୨ଟି ସ୍ବତନ୍ତ୍ର ସଚିବ (ଲେବଲ-୧୭) ପଦବି ରହିଥିଲା। ଯାହାକୁ ରାଜ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା (ଓଏମ୍‌ଏଚ୍‌ଏସ୍‌) କ୍ୟାଡରରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବୃଦ୍ଧି ପାଇ ଏହି ପଦବୀ ୧୪ ଛୁଇଁଛି। ଏଥିରେ ୨ ସ୍ବତନ୍ତ୍ର ସଚିବ ଓ ୧୨ ନିର୍ଦ୍ଦେଶକ ପଦବୀକୁ ମିଶାଇ ଏହି ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି। କେବଳ ସେତିକି ନୁହେଁ ପୂର୍ବରୁ ବିଭାଗରେ ରହିଥିବା ଅତିରିକ୍ତ ନିର୍ଦ୍ଦେଶକ(ଲେବଲ-୧)ରେ ୪୫ ପଦବି ଥିବା ବେଳେ ଏହାକୁ ଉଚ୍ଛେଦ କରାଯାଇଛି। ଏବେ ମୋଟ ରାଜ୍ୟରେ ସମୁଦାୟ ପଦବୀ ସଂଖ୍ୟା ୧୫,୭୭୪ ରହିଛି।

ସେହିପରି ସ୍ବାସ୍ଥ୍ୟ ବିଭାଗରେ ପୂର୍ବରୁ ୧୨ଟି ନିର୍ଦ୍ଦେଶକ ପଦବି ଥିବା ବେଳେ ଏବେ ପଦବି ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ୩୦ ସିଡିଏମ୍‌ଓ, କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଓ ଆରଜିଏଚ୍‌ ରାଉରକେଲାକୁ ମିଶାଇ ୨ ଓ ଏସ୍‌ଏଜି(ଫ୍ଲୋଟିଂ)ର ୧୩ ପଦବିକୁ ମିଶାଇ ନୂତନ ପଦବି ସୃଷ୍ଟି କରାଯାଇଛି। ଫଳରେ ସିଡିଏମ୍‌ଓମାନଙ୍କ ଏସ୍‌ଏଜି ପଦବିକୁ ପଦୋନ୍ନତି ହୋଇଛି।

ଏହାସହ ଅତିରିକ୍ତ ନିର୍ଦ୍ଦେଶକ(ଲେବଲ-୨)ରେ ୩୭୪, ଯୁଗ୍ମ ନିର୍ଦ୍ଦେଶକରେ ୮୯୫, ଗ୍ରୁପ୍-ଏ ୧୭୦୯, ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨,୭୩୭ ପଦବିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏସବୁକୁ ମିଶାଇ ରାଜ୍ୟରେ ସମୁଦାୟ ପଦବୀ ସଂଖ୍ୟା ୧୫,୭୭୪ ରହିଛି। କ୍ୟାଡର ପରିବର୍ତ୍ତନ ଫଳରେ ଏବେ ଏସ୍‌ଏଜି ଗ୍ରେଡ୍‌ରେ ଯେଉଁ ନିର୍ଦ୍ଦେଶକମାନେ ରହିଛନ୍ତି ସେମାନେ ସୁପର ଟାଇ ପେ ଗ୍ରେଡ୍‌ରେ ରହିଥିବା ଆବଶ୍ୟକ ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।