Onn 3

ତିରିଂ ଥାନା: ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର

State
ବାରିପଦା:  ତିରିଂ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ତିରିଂ ରାସ୍ତା  ଶିଗଦୀ ଠାରେ ମର୍ମନ୍ତୁଦ ଦୁର୍ଘଟଣା । ରାଇରଙ୍ଗପୁର ଆଡୁ ଟାଟା ଆଡ଼କୁ ବାଇକ୍  ( ଜେ ଏଚ ୫ ପି ୮୫୭୬) ରେ ଯାଉଥିବା ୩ ଜଣ ଯୁବକ ସାମନା ପଟୁ ଦୃତ ଗତିରେ ଆସୁଥିବା କାର୍  (ଜେ ଏଚ ୦୫ ସିଏଲ୨୪୩୪) ଧକ୍କାରେ ବାଇକରେ ଥିବା ୩ ଆରୋହୀ  ପିଚ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖଣାହାରୀ ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କଲାବେଳେ ଦୁଇ ଜଣ ଅତି ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାଟି ଅପରାହ୍ନ୭ ଟା ପାଖାପାଖ ସମୟରେ ଘଟିଛି ।ତିନିଜଣ  ମଧ୍ୟରୁ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମର ଭୀମ ସୋରେନ ଏବଂ ରାମ ସୋରେନ ଏବଂ ଅନ୍ୟଜଣେ ପଡୋଶୀ ଝାଡଖଣ୍ଡ ରାଜ୍ୟର ରାଜନଗର ଅଂଚଳର ଦାମୋଦର ହାଁସଦା । ରାମ ସୋରେନଙ୍କୁ ଡାକ୍ତର ମୃତ କରିଛନ୍ତି ।ତିରିଂ ଥାନାଧିକାରୀ ରତ୍ନାକର ଦାସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ କାର ଓ ବାଇକକୁ ଜବତ କରିଛନ୍ତି ।କାର ଡ଼୍ରାଇଭର ଏବଂ ଜଣେ ଆରୋହୀଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।