Screenshot 2024 03 31 184709 750x430

ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ

Politics State

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଦ ଥାପିଥିଲେ ଉମାକାନ୍ତ ସାମନ୍ତରାୟ । ପ୍ରଥମେ ବ୍ରହ୍ମଗିରି ବ୍ଲକ୍ ପରେ ପରେ କୃଷ୍ଣ ବ୍ଲକ୍ ଏବଂ ଆଜି ପୁରୀ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତରେ କରିଛନ୍ତି ବିଶାଳ ବାଇକ୍ ରାଲି ସହ ଶକ୍ତି ପ୍ରଦର୍ଶନ।

ପ୍ରଥମେ ଚନ୍ଦନପୁରର ବିରନରସିଂହପୁର ଗ୍ରାମର ଛକଠାରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବା ବିଜେଡ଼ି କର୍ମୀ ଓ ସଦର ବ୍ଲକ୍ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକର ପାତ୍ର,୧୧ ଗୋଟି ପଂଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଦଳ ଆଗ ଧାଡ଼ିର ତୁଙ୍ଗ ନେତାଙ୍କ ସହ କର୍ମୀମାନେ ଏକ ବିରାଟକାୟ ଫୁଲମାଳ ସହ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହା ପରେ ଏକ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି କର୍ମି ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରି ବିରନରସିଂହପୁର ଗ୍ରାମ ପରିଦର୍ଶନ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତ ପରିକ୍ରମା କରି ସିରୁଳି ମହାବୀର ମନ୍ଦିର ଠାରେ ପହଞ୍ଚି ମହାପ୍ରଭୂ ମହାବିରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।

ସୁଚନା ମୁତାବକ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୁରୀ ସାଂସଦୀୟ କ୍ଷେତ୍ରରେ ରାଜ୍ୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ଉଭୟ ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ନେତୃତ୍ବର କରାଯାଇଛି ପରିବର୍ତ୍ତନ। ସତ୍ୟବାଦୀରୁ ସଞ୍ଜୟ ଦାସ ବର୍ମା ଓ ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟଙ୍କୁ ବିଜେଡ଼ି ପକ୍ଷରୁ ଲଢ଼ିବା ପାଇଁ ଦିଆଯାଇଛି ଟିକେଟ। ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ମାନି ଉଭୟ ନେତା ଆରମ୍ଭ କରିଛନ୍ତି ସେମାନଙ୍କ ରଣନୀତି। ଏଥିସହ ଉଭୟ ନିର୍ବାଚନ ମଣ୍ଡଳୀରେ ଉଭୟ ନେତା ବିଜୁ ଜନତା ଦଳକୁ ବହୁମତ ଦେବାସହ ବିଜୟ ଲାଭ କରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ହୋଇଛନ୍ତି ଆଶାବାଦୀ ।