Onn 3

ରାହୁଲ ଗାନ୍ଧିଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ

National & International

 

car-attack

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଆକ୍ରମଣ । ବୁଧବାର ଦିନ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ତାଙ୍କ କାର ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ତାଙ୍କ କାରର କାଚ ଭାଙ୍ଗିଯାଇଛି । ଏଥିରେ କେହି ହତାହତ ହୋଇନାହାନ୍ତି ।

ଖବର ମୁତାବକ, ପଶ୍ଚିମବଙଗ ମାଲଦା ଜିଲ୍ଲାର ଲଭା ପୁଲ ନିକଟରେ ନ୍ୟାୟ ଯାତ୍ରା ପାଇଁ ହଜାର ହାଜର ଲୋକ ଏକତ୍ର ହୋଇଥିଲେ । ସେହି ସମୟରେ ରାହୁଲ ଏକ ବସରେ ଥିଲେ । କିନ୍ତୁ ତାଙ୍କ କଳା ରଙ୍ଗର ଏସୟୁଭି ଉପରେ ପଥରରେ ଆକ୍ରମଣ ହୋଇଥିଲା । ଫଳରେ ଗାଡିର ପଛ କାଚ ଭାଙ୍ଗିଯାଇଥିଲା । କେରଳର ଭାୟନାଡରୁ କଂଗ୍ରେସ ସାଂସଦ ଭାରତ ଯୋଡୋ ନ୍ୟାୟ ଯାତ୍ରା ବାହାର କରିଥିଲେ ।

ତେବେ ଘଟଣାକୁ ନେଇ କଂଗ୍ରେସ ସୁରକ୍ଷାରେ ତ୍ରୁଟି କହୁଥିବା ବେଳେ ପୋଲିସ କିନ୍ତୁ ଭିଡ ଯୋଗୁଁ ଏମିତି ପରିସ୍ଥିତି ଉପୁଜିଥିଲା ବୋଲି କହିଛି ।