Onn 3

ଟ୍ୟୁସନ୍‌ ରୁ ଫେରିବା ବାଟରେ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ

Crime State

 

athgarh

ଆଠଗଡ଼ : ଦଶମ ଶ୍ରେଣୀ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ। ବିଚ ବଜାରରେ ବେକକୁ ଛୁରୀରେ କାଟି ଫେରାର ହୋଇଗଲେ ଦୁର୍ବୃତ୍ତ। ଆଠଗଡ଼ର କୁଲେଇଲୋ ବଜାର ଉପରେ ଅଘଟଣ। ଦଶମ ଶ୍ରେଣୀର ଜଣେ ଛାତ୍ର ଟିଉସନରୁ ଫେରୁଥିବା ବେଳେ ଦୁଇ ଅଜଣା ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କ ଗଳାକୁ ଛୁରୀରେ କାଟି ଦେଇଥିଲେ। ପରେ ଘଟଣାସ୍ଥଳରୁ ଦୁଇ ଦୁର୍ବୃତ୍ତ ଦ୍ରୁତ ଗତିରେ ଫେରାର ହୋଇଯାଇଛନ୍ତି। ଛାତ୍ର ଜଣକୁ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ବେକରେ ଗଭୀର ଆଘାତ ଲାଗିଛି। ଛାତ୍ର ଜଣକ ଆଠଗଡ଼ ଥାନା ଉଦୟପୁର ଗାଁର ସୂର୍ଯ୍ୟ ନାରାୟଣ ଦାସ ବୋଲି ଜଣାପଡ଼ିଛି। କିଏ ଓ କାହିଁକି ତାଙ୍କ ଗଳାକୁ କାଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।