ସୋମବାର ସକାଳେ ବେଙ୍ଗାଲୁରୁରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ପତାକା ହଟାଇବାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇଥିଲେ। ସ୍ଥିତିକୁ ଆୟତ କରିବାକୁ ଯାଇ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଯାଏ ବିରୋଧ ରାଲି କରିବାକୁ ଆହ୍ୱାନ ଦିଆଯାଇଛି। ଏହକୁ ନେଇ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।
ସୂଚନା ମୁତାବକ, କର୍ଣ୍ଣାଟକର କେରାଗୋଡୁ ଗ୍ରାମରେ ରବିବାର ଅଧିକାରୀମାନେ ୧୦୮ ଫୁଟ ଉଚ୍ଚ ସ୍ତମ୍ବରୁ ହନୁମାନଙ୍କ ପତାକା କାଢ଼ି ନେଇଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଏହି ଘଟଣା ପରେ ରାଜ୍ୟ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା। ପତାକା ହଟାଇବାକୁ ବିଜେପି ନେତା ତଥା ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ଦୃଢ଼ ନିନ୍ଦା କରିଛନ୍ତି।
ଗ୍ରାମ ପଞ୍ଚାୟତ ଦ୍ୱାରା ଉକ୍ତ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏକ ଗୋଷ୍ଠୀ ତାହା ନକରି ସେହି ସ୍ଥାନରେ ୧୦୮ ଫୁଟ୍ର ଏକ ହନୁମାନ ପତାକା ଲଗାଇଥିଲେ। ଏହାକୁ ନେଇ ବିବାହ ସୃଷ୍ଟି ହୋଇଛି। ଏପରିକି ବିବାଦକୁ ରୋକିବା ପାଇଁ ପୁଲିସ୍ ଲାଠି ଚାଳନା ବି କରିଥିଲା।