Onn 3

ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ

State

 

exam-jaj-750x430

ଭୁବନେଶ୍ବର: ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ। ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ (ଓଏସଏସବି) ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି। ଡିଗ୍ରି କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’ କୁ ୪୬୦୦ରୁ ୫୪୦୦ କରିବାକୁ ସଂଘ ଦାବି କରିଛି। ଯଦି ସରକାର ସଂଘର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ ଅଧ୍ୟାପକ ଓ ଅଧ୍ୟାପିକା ସଂଘ କାର୍ଯ୍ୟବନ୍ଦ କରିବା ସହ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ କରିବାକୁ ସଂଘ ଚେତାବନୀ ଦେଇଛି।