Onn 3

ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ରୁପା ଝାଡୁ ଦାନ

State

broom

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଭକ୍ତଙ୍କ ରୁପା ଝାଡୁ ଦାନ । ଅଖିଳ ଭାରତୀୟ ମଙ୍ଗ ସମାଜ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟକୁ ଏହି ସୁନ୍ଦର ରୁପାର ଝାଡୁ ପ୍ରଦାନ କରିଛନ୍ତି । ରାମଲାଲାଙ୍କ ଗର୍ଭଗୃହକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ପାଇଁ ଏହି ଝାଡୁକୁ ବ୍ୟବହାର କରିବା ନିମନ୍ତେ ଅନୁରୋଧ କରାଯାଇଛି । ଏହି ରୁପା ଝାଡୁର ଓଜନ ୧ କେଜି ୭୫୧ ଗ୍ରାମ୍ ।  ଝାଡୁଅ ମୁଠାରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରହିଛି ଏବଂ ତଳେ ଜୟଶ୍ରୀରାମ ଲେଖା ଯାଇଛି ।