Onn 3

ଆଗରପଡ଼ା ରାମମୟ

State

ଆଗରପଡ଼ା :ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଆଗରପଡ଼ା ଅଂଚଳ ରାମମୟ ହୋଇଉଠିଛି । ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ସାରା ଅଂଚଳ । ପ୍ରତି ରାମଙ୍କ ମନ୍ଦିରରେ ପ୍ରତ୍ୟୁଷରୁ ଲାଗି ରହିଛି ସ୍ୱତନ୍ତ୍ର ପୁଜାର୍ଚ୍ଚନା । ଏଥି ସହିତ ଏକ ବିଶାଳ ରାଲି ବଜାର ଓ ସାହି ଆଦି ପରିକ୍ରମା କରିଥିଲା । ରାଜୀବ ଲୋଚନ ରାୟ, ଅମୁଲ୍ୟରତ୍ନ ନନ୍ଦ, ପ୍ରଫୁଲ୍ଲ ସିଂହ, ଶିବନନ୍ଦ ଦାସ ଅଧିକାରୀ, ଜ୍ଞାନି ଗୁପ୍ତା ଏବଂ ବାବୁରାମ ବେହେରା ପ୍ରମୁଖ ଶତାଧିକ ରାମ ଭକ୍ତ ଏଥିରେ ସାମିଲ ଥିଲେ । ସଂଧ୍ୟାରେ ପ୍ରତି ଘରେ ଘିଅ ଦ୍ୱୀପ ଜାଳି ଲୋକେ ରାମଲାଲାଙ୍କ ପ୍ରତିଷ୍ଠା ଦିବସକୁ ଦିପାବଳୀ ରୂପେ ପାଳନ କରୁଥିବା ପରିଲକ୍ଷିତ ହୋଇଥିଲା ।