Onn 3

୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

State

lok

ଭୁବନେଶ୍ୱର: ୧୨ ବିଭାଗର ୧୪ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ଆଉ ଗୋଟାଏ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ଅଧିକ ଆଲୋଚନା ପାଇଁ ରଖା ଯାଇଛି। ଓଡ଼ିଶାରେ ଜିନ୍ଦଲ କରିବ ଇଲେକ୍ଟ୍ରିକ୍ ଭେଇକିଲ ମାନୁ ଫାକଚରିଁ ୟୁନିଟ। ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ୪୦ ହଜାର କୋଟି ନିବେଶ କରିବେ।

୧୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା। ନରାଜ ପାଖରେ ବ୍ୟାଟେରୀ ସହ ଉତ୍ପାଦନ ୟୁନିଟ କରିବା ଜିନ୍ଦଲ। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଏକ ନୂଆ ପଲିସିକୁ ମଧ୍ୟ କ୍ୟାବିନେଟ ମୋହର। ଓଡ଼ିଶା ପ୍ରକ୍ୟୁରମେଣ୍ଟ ପ୍ରିଫରେଂଶ ପଲିସି ଫର୍ ମାଇକ୍ରୋ ସ୍ମଲ୍ ମନୁଫକଚରିଁ ଏଣ୍ଟରପ୍ରାଇଯେସ ୨୦୨୩ ଯେଉଁଥିରେ ଉଦ୍ୟୋଗୀଙ୍କ ପାଇଁ ରହିଛି କିଛି ସ୍ଵତନ୍ତ୍ର ବ୍ୟବସ୍ଥା।

ସେହିପରି ସହରାଞ୍ଚଳରେ ଲିଜ ଜମିକୁ କିସମ ପରିବର୍ତ୍ତନ ପାଇଁ ଏବେ କମ ଦେୟ ଦେବାକୁ ପଡ଼ିବ। ପୂର୍ବରୁ ବେଞ୍ଚ ମାର୍କର ୧୦ ପ୍ରତିଶତ ଦେବାକୁ ପଡ଼ିଥିଲା ଏବେ ମାତ୍ର ୩ ପ୍ରତିଶତ ଦେବାକୁ ପଡ଼ିବ। । କୋକସରାରେ ଖୋଲିବା ଏକ୍ସାଇଯ ଷ୍ଟେସନ। ୭୪୨ ଭିଏଲଦବ୍ଲୁ ଙ୍କୁ ବକେୟା ପେନସନ ପ୍ରଦାନ। ଡେରାସ ଠାରେ ୬୯୫୨ ଶଯ୍ୟା ଥିବା ୱାର୍କିଁ ଓମେନ୍ ହଷ୍ଟେଲ। ଏସବୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିପରି କଫି ଚାଷ ପାଇଁ ୬ ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଜମିରେ କଫି ଚାଷ ପାଇଁ ୧୧୪୪ କୋଟି ଖର୍ଚ୍ଚ କରିବେ ସରକାର। ଏବେ ମାତ୍ର ୧୦ ହଜାର ହେକ୍ଟରରେ କଫି ଚାଷ ହେଉଛି।