Onn 3

ନୂତନ ଜୀବନ ସନ୍ଧାନରେ ରିନାରାଣୀ, ବଂଚିବାର ସାହାରା ପାଲଟିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼

State

ଆଗରପଡ଼ା :ବିଜୁ ସ୍ୱାସ୍ଥ୍ୟ କାର୍ଡ଼(ବିଏସ୍‌କେୱାଇ)ଜଣେ ମହିଳାଙ୍କ ବଂଚିବାର ସାହାରା ପାଲଟିଛି । ଉକ୍ତ କାର୍ଡ଼ ସାହାର୍ଯ୍ୟରେ ସେ ନିଜକୁ ପୁଣିଥରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆଶା ସଂଚାର କରିପାରିଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ସୂଚନାଅନୁଯାୟୀ;ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ଗ୍ରାମରେ କାଶିନାଥ ପଣ୍ଡାଙ୍କ ଘର । ୨ପୁଅ ଓ ସ୍ତ୍ରୀ କୁ ନେଇ ତାଙ୍କ ସଂସାର । ଗତ ୧୫ ବର୍ଷ ହେବ ତାଙ୍କ ସ୍ତ୍ରୀ ରିନାରାଣୀ ପଣ୍ଡା ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଜିକିତ୍ସାଧିନ ଥିବା ବେଳେ । ଗତ କିଛି ବର୍ଷ ତଳେ ରିନାରାଣୀଙ୍କ ଦେହ ବହୁତ ଖରାପ ହେବାରୁ ସେ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ବିଭିନ୍ନ ପ୍ରକାର ପରୀକ୍ଷା ନିରିକ୍ଷା ପରେ ତାଙ୍କର ୨ଟି ଯାକ କିଡ୍‌ନୀ ନଷ୍ଟ ହେବାକୁ ଯାଉଥିବାର ସେ ଜାଣିବାକୁ ପାଇଥିଲେ । ଏହା ଜଣାପଡ଼ିବା ପରେ କାଶିନାଥ ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଡ଼ାକ୍ତରଙ୍କ ଠାରେ ରିନାରାଣୀଙ୍କୁ ଚିକିତ୍ସିତ କରାଇଥିଲେ ସୁଦ୍ଧା କିଛି ସୁଫଳ ପାଇପାରିନଥିଲେ । ସେ ଜଣେ ଅତି ଗରୀବ ଶ୍ରେଣୀର ଲୋକ ହୋଇଥିବାବେଳେ ଦିନମଜୁରିଆ ଭାବରେ ଖଟି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବାରେ ଘୋର ଅସୁବିଧାର ସମ୍ମୁଖିନ ହେଇଥିବା ବେଳେ ରିନାରାଣୀଙ୍କୁ ଭଲ ଚିକିତ୍ସା ଯୋଗାଇବାରେ ବିଫଳ ହୁଅନ୍ତି ।

ପ୍ରଥମେ ସେ କଟକ ଏସସିବି ମେଡ଼ିକାଲରେ ୨ବର୍ଷ ରିନାରାଣୀଙ୍କୁ ଚିକିତ୍ସା କରାଇବାପରେ ଗତ ୫ମାସ ତଳେ ଡ଼.ଶଶୀ ଭୂଷଶ ରାଉତଙ୍କ ଠାରେ ରିନାରାଣୀଙ୍କୁ ଦେଖାଇଥିଲେ । ସେଠାରୁ ତାଙ୍କ ପରାମର୍ଶରେ ସେ ବିଏସ୍‌କେୱାଇ ତାଲିକାଭୂକ୍ତ କଟକ ଜଗତପୁର ସ୍ଥିତ ସଦ୍‌ଗୁରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରେ ବିଭିନ୍ନ ବିଭାଗର ଡ଼ାକ୍ତର ତାଙ୍କୁ ପରୀକ୍ଷା ନିରିକ୍ଷା କରିଥିଲେ । ଏବଂ ପ୍ରାରମ୍ଭ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥ ବିଏସ୍‌କେୱାଇ କାର୍ଡ଼ ଜରୀଆରେ ପୈଠ ହୋଇଥିବା ବେଳେ କାଶିନାଥଙ୍କୁ ଏଥି ବାବଦରେ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିନଥିଲା । ବର୍ତ୍ତମାନ କାଶିନାଥ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ରିନାରାଣୀଙ୍କ କିଡ୍‌ନୀ ଡ଼ାଇଲେସିସ୍ ସପ୍ତାହରେ ୨ଥର କରାଉଥିବା ବେଳେ ଏହାର ଖର୍ଚ୍ଚ ମଧ୍ୟ ଉକ୍ତ କାର୍ଡ଼ ମାଧ୍ୟମରେ ହେଉଛି ଏବଂ ଏହା ଉଦ୍ରକ ସ୍ଥିତ ବିଏସ୍‌କେୱାଇ ତାଲିକାଭୂକ୍ତ ସାଳନ୍ଦୀ ହସ୍ପିଟାଲରେ ହେଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଏସ୍‌କେୱାଇ କାର୍ଡ଼ ମାଧ୍ୟମରେ ରିନାରାଣୀଙ୍କ ଚିକିତ୍ସା ବାବଦରେ ପାଖାପାଖି ୨ଲକ୍ଷ ୫୦ହଜାରଟଙ୍କାର ସାହାର୍ଯ୍ୟ ସେ ପାଇପାରିଲେଣି । ଏବଂ ଆଗାମୀ ଦିନରେ ଉକ୍ତ କାର୍ଡ଼ ରିନାରାଣୀଙ୍କ ନୂତନ ଜୀବନର ବିନ୍ଧାଣୀ ସାଜିବ ବୋଲି ସେ ଆଶା ବ୍ୟକ୍ତ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।