Onn 3

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ

State

ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଜାତଳା ବ୍ଲକ ସଭାପତି ଶ୍ରୀ ଦୁର୍ଗା ଚରଣ ସୋରେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ! ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଶା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ସାଲୁ କିସ୍କୁ , ବିଜାତଳା ବ୍ଲକ ୩୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀ ମତୀ ମୀନା ସୋରେନ , ବିଜାତଳା ବ୍ଲକ ସଭାପତି ଶ୍ରୀ ବ୍ରଜମୋହନ ମୁର୍ମୁ , ନାଏବ ସରପଞ୍ଚ ପାର୍ବତୀ ଟୁଡୁ ,ପୂର୍ବତନ ବ୍ଲକ୍ ସଭାପତି ଶ୍ରୀ ପାଗାନ ସୋରେନ , ରଘୁନାଥ ଟୁଡୁ , ରାମେଶ୍ବର ଟୁଡୁ , ହିନ୍ଦୁ ବାସ୍କେ , ବିଘ୍ନେଶ୍ୱର ରାଜ, ବାଇଧର ହାଁସଦା , ଗୋପିନାଥ ସୋରେନ , ଛୋଟ ହାଁସଦା ,ଜାନୁ ଟୁଡୁ ,ଦେବ ବାସ୍କେ ,ସୁରାଇ ସୋରେନ ,ଖେଲାରାମ ମାରାଣ୍ଡି , କନ୍ଦା ସୋରେନ ପ୍ରମୁଖ ତାଙ୍କ ସରଗଡାସ୍ଥ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ଦୁର୍ଗା ସୋରେନ ଜଣେ ଅମାୟିକ,ମେଳାପି, ମିଷ୍ଟଭାଷୀ, ପରୋପକାରୀ ,ଓ ସମାଜସେବୀ ଥିଲେ । ଆଦିବାସୀଙ୍କ ହକ୍ ଏବଂ ଅଂଚଳର ବିକାଶ ପାଇଁ ପାଇଁ ସେ ସବୁବେଳେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ମୃତ୍ୟୁରେ ଵଇଜଆତଳଆ ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।