Onn 3

ବାରିପଦାରୁ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ

State

ସବୁଜ ପତାକା ଦେଖାଇ ଜିଲ୍ଲାପାଳ କଲେ ଶୁଭାରମ୍ଭ

ବାରିପଦା:  ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରୁ ମଙ୍ଗଳବାର ଦିନ ଜଳସେଚନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆୟୋଜିତ ହୋଇ ଯାଇଛି। ଏହି ଆୟୋଜିତ ପକ୍ଷ ପାଇଁ ପାଣି ପଞ୍ଚାୟତ ରଥକୁ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆଗାମୀ ୧୫ ଦିନ ଯାଏଁ ଚାଲିବାକୁ ଥିବା ଏହି ସମାରୋହରେ ଜିଲ୍ଲାର ସମୁଦାୟ ୨୬୮ ପାଣି ପଞ୍ଚାୟତ ଠାରେ ଏହି ରଥ ପରିକ୍ରମା କରି ଜିଲ୍ଲା ଜଳସେଚନ ପ୍ରକଳ୍ପ ବାବଦରେ ବାର୍ତ୍ତା ପ୍ରଚାର ପ୍ରସାର କରିବା ସହିତ ଉତ୍ତମ ଜଳ ସେଚନ ବିଷୟରେ ଜଣ ସାଧାରଣଙ୍କୁ ଅବଗତ କରାଇବେ। ଇତ୍ୟବସରରେ, ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହି ଜିଲ୍ଲା ସ୍ତରୀୟ ପକ୍ଷ ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ପରିପ୍ରେକ୍ଷୀରେ, ଦୈନନ୍ଦିନ ଜୀବନରେ ଜଳର ଉତ୍ତମ ବିନିଯୋଗ କରିବା ପାଇଁ ଗଣମାଧ୍ୟମକୁ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ଖସଡ଼ାର ଆଉ ଏକ ସତ୍ରରେ ଜଳସେଚନ ବିଭାଗର ବାଲିଡିହା ସ୍ଥିତ ଡ଼ାକବଙ୍ଗଳାରେ ଏକ ବିଭାଜନ ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହର ଆବାହକ ତଥା ଅଧିକ୍ଷଣ ଯନ୍ତ୍ରୀ, ମୟୁରଭଞ୍ଜ ଜଳସେଚନ ବିଭାଗ, ବାରିପଦା, ଶ୍ରୀ ପ୍ରସାଦ ରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ମୟୁରଭଞ୍ଜ ଜଳସେଚନ ବିଭାଗ, ଶ୍ରୀ ଭଗବାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

ଏହି ସମାରୋହରେ, ବରିଷ୍ଠ ବୈଜ୍ଞାନିକା, କୃଷି ବିଜ୍ଞାନ କେନ୍ଦ୍ର, ଶାମାଖୁଣ୍ଟା, ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ଵିଶିଥ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକ ପାଇଁ ସମସ୍ତ ଉପାଦେୟ ଜଳସେଚନ ମାଧ୍ୟମ ଏବଂ ଏହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ଏହି ସଭାରେ, ଆବାହକ ଶ୍ରୀ ପଣ୍ଡା କୃଷି ଉତ୍ପାଦନରେ ବୃଦ୍ଧି, ଜଳସଂପଦର ସୁବିନିଯୋଗ, ଏବଂ ପରିବେଶ ସନ୍ତୁଳନ ବିଷୟରେ ଗଭୀର ଆଲୋକପାତ କରିଥିବା ବେଳେ ସେହି ସଭାରେ ଉପସ୍ଥିତ ସମସ୍ତ ହିତାଧିକାରୀ, ଚାଷୀ ଏବଂ ପାଣି ପଂଚାୟତର କର୍ମକର୍ତା ମାନଙ୍କ ସହିତ ସମସ୍ତ ସୁବିଧା ଅସୁବିଧା ବିଷୟରେ ବିଶଦ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ, କୃଷକ ମାନଙ୍କର ଆର୍ଥିକ ଉନ୍ନତି ଏବଂ ଜଳସେଚନ ପ୍ରଣାଳୀରେ ଉପଯୁକ୍ତ ରକ୍ଷଣାବେକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଏହି ସମାରୋହ ତଥା ଆଲୋଚନାଚକ୍ରରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ ଦାସ, ଆପେକ୍ସ କାଳ ସଭାପତି ଶ୍ରୀ ଯଜ୍ଞ ମହାନ୍ତି, ସୁନେଇ ପାଣିପଞ୍ଚାୟତ ସଭାପତି, ଶ୍ରୀ ସୁବାସ ସାଏ, ବାଲିଡିହା ଆପେକ୍ସ ସଭାପତି, ଶ୍ରୀ ଦଶରଥ ପାଣ୍ଡେ, ସମ୍ପାଦକ, କାଳ ଆପେକ୍ସ, ଶ୍ରୀ ସର୍ବେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ବିଭାଗୀୟ ଅଧିକାରୀ ଶ୍ରୀ ଗଜେନ୍ଦ୍ର ନାଏକ ମଂଚ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗିତାର ବିଜେତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସୂଚନା ଥାଉକି ଏହି ପାଣିପଞ୍ଚାୟତ ପକ୍ଷ ସମସ୍ତ ଉପଖଣ୍ଡ ଏବଂ ବ୍ଲକ ରେ ଥିବା ପାଣି ପଂଚାୟତ ମାନଙ୍କରେ ୧୫ ଦିନ ଧରି ପାଲକନା କରାଯିବ।