Onn 3

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ମୟୂରଭଞ୍ଜ ଗସ୍ତ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଫେଶିଲିଟେଶନ ସେଣ୍ଟର ଠାରେ, ଜେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ (ଭା. ପ୍ର. ସେ. (ବ)) ଏବଂ ଜିଲ୍ଲାପାଳ ଶ୍ରୀ ବିନିତ୍ ଭରଦ୍ୱାଜ (ଭା. ପ୍ର. ସେ.) ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଏବଂ ବିଭିନ୍ନ ପ୍ରକଳ୍ପରେ ନିୟୋଜିତ ଥିବା ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଅଧୀନ ରେ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକ ର ବର୍ତମାନ ର ସ୍ଥିତି ଓ ପ୍ରଗତି ବିଷୟରେ ତଥା ସେହି ପ୍ରକଳ୍ପ ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ପଡୁଥିବା ବଳକା ଅର୍ଥ ରାଶି ବିଷୟରେ ଆଲୋଚନା କରିଥିଲେ।

ଏହି ସମୀକ୍ଷା ବୈଠକରେ ଶ୍ରୀ ଦଳାଇ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୃହ ଗୁଡିକର ପୁନରୁଦ୍ଧାର ଏବଂ ନିର୍ମାଣ କାର୍ଯ୍ୟର ସଂପୂର୍ଣ୍ଣ ଆନୁଷଙ୍ଗିକ ଖର୍ଚ୍ଚର ବ୍ୟୟ ଅଟକଳ ରିପୋର୍ଟ ଏକ ମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଏହା ସହିତ ଶ୍ରୀ ଦଳାଇ, ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲା ରେ ସ୍କୁଲ ଡ୍ରପ ଆଉଟ୍ ସଂଖ୍ୟା କମାଇବାକୁ ଉଦ୍ୟମ କରିବା ସହିତ ନିୟମିତ ବ୍ୟବଧାନ ରେ ବିଭିନ୍ନ ବିଦ୍ୟାଳୟ କୁ ପରିଦର୍ଶନ ରେ ଯାଇ ସ୍ଥିତି ପରଖିବା ପାଇଁ ନିର୍ଦେଶ ଦେଇଥିଲେ.

ଏହା ସହିତ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଦଳାଇ କହିଥିଲେ ଯେ ଯେକୌଣସି ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତିରେ ଯଦି କୌଣସି ପ୍ରତିବନ୍ଧକ ଦେଖା ଦେଉଛି ହେଉଛି ତେବେ ସେ ସମ୍ବନ୍ଧରେ ତୁରନ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହିତ ରାଜସ୍ବ କମିଶନଙ୍କ କାର୍ଯ୍ୟାଳୟକୁ ମଧ୍ୟ ଅବଗତ କଲେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ତରାନ୍ୱିତ କରାଯିବ. ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସକାରାତ୍ମକ ମନୋଭାବ ନେଇ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ସମସ୍ତ ଅଧିକାରୀ କାର୍ଯ୍ୟ କରିବେ ବୋଲି ଶ୍ରୀ ଦଳାଇ ଆଶା ପୋଷଣ କରିଥିଲେ। ସେହିପରି ସରକାରୀ କ୍ୱାର୍ଟର ରେ ରହୁଥିବା କର୍ମଚାରୀ ମାନଙ୍କୁ ସଠିକ୍ ବିଲ୍ ଦେଇ ସେମାନଙ୍କ ଅବସର ପୂର୍ବରୁ ତାଙ୍କଠାରୁ ବିଜୁଳି ଦେୟ ଆଦାୟ କରାଇବାପାଇଁ TPNODL କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ନିର୍ମାଣାଧୀନ କାର୍ଯ୍ୟ ଓ ଏଥି ପାଇଁ ଆବଶ୍ୟକ ଅର୍ଥ ବିଷୟରେ ସମସ୍ତ ପ୍ରକଳ୍ପ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ଅଧୀନରେ ନିର୍ମାଣଧୀନ ପ୍ରକଳ୍ପ ବିଷୟରେ ସୂଚନା ଦେବା ସହିତ ଆଗାମୀ ପଦକ୍ଷେପ ସମ୍ଭନ୍ଧ ରେ ନିଜ ନିଜ ମନ୍ତବ୍ୟ ରଖିଥିଲେ.

ବିଭିନ୍ନ ବିଭାଗର କାର୍ଯ୍ୟ ମଧ୍ୟରେ ମୁଖ୍ୟତଃ ସ୍ଵାସ୍ଥ୍ୟ, ଆର ଏଣ୍ଡ ବି, ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ୱାଟକୋ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ୟୁ ଏଲ୍ ବି, କୃଷି ଉଦ୍ୟାନ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ, ଶ୍ରମ, ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ଗମନାଗମନ, ପରିବହନ, ଶିକ୍ଷା, ସ୍ଵାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ ବିଭାଗର ସମସ୍ତ ପ୍ରକଳ୍ପ ବିଷୟରେ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା।

 

ସୂଚନା ଥାଉକୀ ଆଜିର ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ (ରାଜସ୍ବ), ଅତିରିକ୍ତ ଜିଲ୍ଲାପାଳ, ରାଇରଙ୍ଗପୁର ଶ୍ରୀ ହେମନ୍ତ କୁମାର ସିଂ, ନବ ନିଯୁକ୍ତ ଆଇ ଏ ଏସ ପ୍ରୋବେଶନର ଶ୍ରୀ ଅକ୍ଷୟ ପିଲ୍ଲାଇ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ର କାର, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଜ୍ଞାନେନ୍ଦ୍ର ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକ ର ବି. ଡି. ଓ ତହସିଲଦାର,ବିଭାଗୀୟ ପଦାଧିକାରୀ ଓ ଲାଇନ୍ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।