Onn 3

ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍

State

ImgResizer_20240110_1757_58854

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଡ଼କାୟତି । ଗତ କିଛି ଦିନ ହେବ ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । ଏଭଳି ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବିଭିନ୍ନ କୌଶଳ ମାଧ୍ୟମରେ ଚୋରର ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ ।

ଚୋରଙ୍କୁ ଟ୍ରାକ୍ କରି କାବୁ କରିବାକୁ ଏକ ଅଭିନବ ଉପାୟ ଆପଣେଇଛି ପୋଲିସ୍ । ରାଜଧାନୀରେ ଚୋରକୁ ଧରିବାରେ ସାହାଯ୍ୟ କରିବ Google ମାପ । ଗୁଗଲ ମ୍ୟାପ୍ ଜରିଆରେ ଲୁଟେରାଙ୍କୁ ଧରିବ କମିଶନରେଟ ପୋଲିସ । ଚୋରର ଲୋକେଶନକୁ ଟ୍ରାକ୍ କରାଯିବ । ଟେକ୍ନୋଲଜି ସହାୟତାରେ ଧରିବାକୁ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଟେଲିକମର ସହାୟତା ନେବ ପୋଲିସ । ବିଶେଷ କରି ଜେଲ ଫେରନ୍ତା ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଉଛି । ପ୍ରତି ଅପରାଧୀଙ୍କୁ ଡିସିପି ମନିଟରିଂ କରିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ର୍ରିୟଦର୍ଶୀ । କବେଳ ଚୋର ନୁହଁ, ସାଇବର ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟ ଯୋଜନା କରାଯାଇଛି ।