Sfwer

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଉପଜିଲ୍ଲାପାଳଙ୍କ ଦ୍ବାରା ସଚେତନତା ରଥ ଉଦଘାଟନ

State

ବାରିପଦା: ଗୁରୁବାର ଦିନ ଅତିରିକ୍ତ ପରିବହନ କାର୍ଯ୍ୟାଳୟ ଆନୁକୁଲ୍ୟରେ ବାମନ ଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ‘ ସଡ଼କ ସୁରକ୍ଷା, ପରିବାର ରକ୍ଷା ‘ଏକ ସଚେତନତା ରଥକୁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ସବୁଜ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ଅତିରିକ୍ତ ପରିବହନ ଅଧିକାରୀ ଇଂ ସନ୍ଦିପ ପାଇକରାୟ ସମସ୍ତେ ସରକାରଙ୍କ ଯାନବାହାନ ଚଳାଚଳ ନିୟମକୁ ସମ୍ମାନ ଦେଇ ଅନୁପାଳନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଥିଲେ |

ପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଏନସିସି ଛାତ୍ରୀ, ରୋଟାରୀ କ୍ଳବ ସଦସ୍ୟ,ଗଣମାଧ୍ଯମ ପ୍ରତିନିଧି ମାନେ ସଡ଼କ ସୁରକ୍ଷା ସଚେତନତା ନେଇ ପ୍ଲାକାର୍ଡ ସହ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ରାସ୍ତାରେ ନିୟମ ମାନି ଯାଉଥିବା ଚାଳକ ମାନଙ୍କୁ ଚକୋଲେଟ ଏବଂ ପେନ ଉପହାର ଦିଆଯାଉଥିଲା ।