Onn 3

ମାନ୍ୟବର ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଉଛେଦ ଭଳି ଐତିହାସିକ ନିଷ୍ପତିରେ ନିଷ୍ପେସିତ

State

ମୟୁରଭଞ୍ଜର ୫୦୦ ରୁ ଉର୍ଦ୍ଧ୍ବ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସଜବାଜ

ବାରିପଦା:ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଐତିହାସିକ ନିଷ୍ପତ୍ତି ଅନୁଯାୟୀ ଓଡିଶା ମାଟିରୁ ଠିକା ନିଯୁକ୍ତି ଉଛେଦ ହେଲା ଏବଂ ୨୦୧୩ ଠିକା ନିଯୁକ୍ତି ନିୟମ ଅନୁଯାୟୀ ନିଯୁକ୍ତି ପାଇ ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଗଲା କ୍ଷ କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ, ଓଡିଶା ସରକାରଙ୍କ ଆର୍ଥିକ ଅନାଟନ ସମୟରେ ୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଭିତ୍ତିରେ ଏବଂ ମାସିକ ସ୍ୱଳ୍ପ ପାରିଶ୍ରମିକ ପାଇ ସରକାରୀ ମାଧ୍ୟମିକ ଶିକ୍ଷାର ବ୍ୟବସ୍ଥାର ମେରୁଦଣ୍ଡ ସାଜିଥିବା ଠିକା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୬ ଗୋଟି ନୋସନାଲ ଇନ୍କ୍ରିମେଣ୍ଟ(ମୂଳ ନିଯୁକ୍ତି ଠାରୁ) ଦିଆଗଲା ନାହିଁ ଯାହାକି ଏକ ଅଗଣତାନ୍ତ୍ରିକ ଓ ପାତର ଅନ୍ତରର ବିଷୟ ଅଟେ |

୨୦୦୪ ଠାରୁ ୨୦୧୩ ମସିହା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଧିଷ୍ଟ ନିଯୁକ୍ତି ପ୍ରକ୍ରିୟା, ଅର୍ଥ ବିଭାଗର ଅନୁମୋଦନ ଏବଂ ଓ.ଆର.ଭି ନିୟମ ପାଳନ କରି ଏହି ଠିକା ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଯୁକ୍ତି ପାଇଥିଲେ।୬ ବର୍ଷ ନିରବିଛିନ୍ନ ଏବଂ ସନ୍ତୋଷଜନକ ଠିକା ଭିତ୍ତିରେ କାର‌୍ୟ୍ୟ କଲାପରେ ନିୟମିତ ହୋଇଥିଲେ କ୍ଷ କିନ୍ତୁ ସରକାର ସେମାନଙ୍କୁ ଅତି ଚଞ୍ଚକତା କରି ୬ଟି ନୋସନାଲ ଇଂକ୍ରିମେଣ୍ଟ(ମୂଳ ନିଯୁକ୍ତି ଠାରୁ) ପ୍ରଦାନରୁ ବଞ୍ଚିତ କରିଛନ୍ତିକ୍ଷ ଏହିଭଳି ଏକ ଅଗଣତାନ୍ତ୍ରିକ ନିୟମକୁ ବିରୋଧ କରି ଏବଂ ସେମାନଙ୍କର ନାର‌୍ୟ୍ୟ ହକ ପାଇଁ ୩୦ ଜିଲ୍ଲାର ପ୍ରାୟ ଚାରି ହଜାରରୁ ଉର୍ଦ୍ଧ୍ବ ବରିଷ୍ଠ ସରକାରୀ ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ)ର ଦ୍ୱାରସ୍ଥ ହୋଇ କେସ ରୁଜୁ କରିଛନ୍ତି କ୍ଷ ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ଜଣାପଡିଛି ଯେ,ଠିକା ଉଛେଦ ନେଇ ନିକଟରେ ଝଙଚ ବାହାରିଲା ପରେ ବିଭିନ୍ନ ଜିଲ୍ଲାରରୁ ଧୀରେ ଧୀରେ କେସ ସଂଖ୍ୟା ବଢିବାରେ ଲାଗିଛି ପ୍ରାୟ ସମସ୍ତ କେସର ଶୁଣାଣି ଜୁନ ୨୨ ତାରିଖରେ ଥିଲା କିନ୍ତୁ ସରକାର କୌଣସି କାଉଣ୍ଟର ଆଫିଡେଟିଭ ନଦେବାରୁ ଏହି ସମସ୍ତ କେସର ଶୁଣାଣି ଆସନ୍ତା ଜୁଲାଇରେ ଶୁଣାଣି ହେବ ଓ ସରକାରଙ୍କୁ କୋର୍ଟ ତଗିତ କରିଛନ୍ତି ସେହି ଦିନ ହିଁ କାଉଣ୍ଟର ଆଫିଡେଟିଭ ଦାଖଲ କରିବା ପାଇଁ କ୍ଷ ପୁନଶ୍ଚ ମୟୁରଭଞ୍ଜ ଜିଲ୍ଲାରୁ ୨୦୧୦ ରୁ ୨୦୧୪ ମସିହାରେ ନିଯୁକ୍ତି ପାଇଥିବା ପ୍ରାୟ ୫୦୦ ଜଣରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଉଚ୍ଚ ନ୍ୟାୟଳୟ ରେ ଦ୍ୱାରସ୍ତ ହେବାପାଇଁ ସଜବାଜ ହେଇଛନ୍ତି |

ଏଠି କହିରଖିବାକୁ ଚାଁହୁଛୁ ଯେ, ଯଦି ସରକାର ୨୦୦୪ ମସିହା ଠାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଠିକା କର୍ମଚାରୀଙ୍କୁ ୬ଟି ନୋସନାଲ ଇଂକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନ କରନ୍ତି ଏଥି ପାଇଁ ବାର୍ଷିକ ମାତ୍ର ୧୭୫ କୋଟି ଟଙ୍କା ଆବଶ୍ୟକତା ଅଟେ ଯାହାକି ବର୍ତମାନ ସ୍ଥିତିରେ ଓଡିଶା ସରକାରଙ୍କ ପାଇଁ ଅତି ନଗଣ୍ୟ ଅଟେକ୍ଷ ତେଣୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ମହୋଦୟଙ୍କୁ ଅନୁରୋଧ ଯଥାଶୀଘ୍ର ଏହି ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୂଳ ନିଯୁକ୍ତ ଠାରୁ ୬ଗୋଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରନ୍ତୁ ନଚେତ ଆଗାମୀ ଦିନରେ ପ୍ରାୟ ୧୪୦୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଅଦାଲତର ଆଶ୍ରୟ ନେବେ ଏବଂ ଓଡିଶା ସରକାରଙ୍କୁ ପୁନଶ୍ଚ ଏପରି ଆଇନ ଜାଲରେ ଛନ୍ଦି ହୋଇଯିବେ ଯେ ଶିକ୍ଷା ବିଭାଗ ଚାଲିବା କଷ୍ଟକର ହୋଇଯିବ ବୋଲି ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଙ୍ଘର ରାଜ୍ୟ ମହାସଚିବ ବିଶ୍ବଜିତ ବିଶ୍ୱାଳ,ରାଜ୍ୟ ସଂଯୋଜକ ପ୍ରକାଶ କେଶରୀ ପ୍ରଧାନ,ମୟୁରଭଞ୍ଜ ଜିଲ୍ଲା ସଂଘର ସଭାପତି ହରିଶ ଚନ୍ଦ୍ର ଦାସ,ସମ୍ପାଦକ ସୂର‌୍ୟ୍ୟ ପ୍ରକାଶ ନାୟକ,କୋଷାଧକ୍ଷ ଦେବରାଜ ମିଶ୍ର, ଆବାହକ ତପନ କୁମାର ବାରିକ, ମହାସଚିବ ଅତସୀ କୁଣ୍ଡୁ, ଉପ ସଭାପତି ମନୋଜ ବେଶ୍ରା,ସଂଗଠନିକ ସମ୍ପାଦକ ପ୍ରଭାତ କୁମାର ପଣ୍ଡିତ,ସଂଗ୍ରାମ ଜେନା, ସାହେବ ସରେନା, ସିଲି ସ୍ୱପ୍ନା ପଟ୍ଟନାୟକ, ରତନ ପାତ୍ର,ତୁଷାର ପାତ୍ର,ଧନେଶ୍ୱର ଟୁଡୁ, ମାନସ ବାରିକ ଏବଂ ଉପଦେଷ୍ଟା ରାଜେଶ ଶୁଭଙ୍କର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |