Crocodile 1704338749.jpg

କାଲିଠୁ ଭିତରକନିକା ବନ୍ଦ, ଆରମ୍ଭ ହେବ ବଉଳା କୁମ୍ଭୀର ଓ ପକ୍ଷୀ ଗଣନା

State

Crocodile_1704338749

କେନ୍ଦ୍ରାପଡ଼ା : ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ଭିତରକନିକା ବନ୍ଦ । ଆସନ୍ତାକାଲିଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।
୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।
ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।
ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦, ୧୧ ଓ ୧୨ ତାରିଖରେ ଗଣନା କରାଯିବ । ସବୁଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ ।