Photo (1)

ବାରିପଦାରେ ଗଣପର୍ବ ବଳାଙ୍ଗୀ ମହୋତ୍ସବ, ପ୍ରସ୍ତୁତି ବୈଠକ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

National & International

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନ ର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ
ମୟୁରଭଞ୍ଜ ଜିଲ୍ଲାର ମହାନ ଗଣ ପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଆଗାମୀ ଥର 21ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2024 ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 18 ତାରିଖ ପର୍ଯ୍ୟନ୍ତ 5ଦିନ ଧରି ପାଳିତ ହେବ | ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଜିଲ୍ଲାରେ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ପାଇଁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀ ରାମଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଆଗାମୀ ମାର୍ଚ୍ଚ 15ରୁ 17 ତାରିଖ ପର୍ଯ୍ୟନ୍ତ 3ଦିନ ଧରି ଅନୁଷ୍ଠିତ ହେବ | ସେହିପରି ପ୍ରତିଭା ଚୟନ ପାଇଁ ଅନୁଷ୍ଠିତ ହେଉଥିବା ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ମେଗା ଅଡିସନ କାର୍ଯ୍ୟକ୍ରମ ଏପ୍ରିଲ 7ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି | ଏହି ଅବସର ରେ ଆଜି ମହୋତ୍ସବ କମିଟି ପକ୍ଷରୁ ମଞ୍ଚା ବନ୍ଧା ଇକୋ ଟୁ୍ରିଜିମ ସ୍ଥଳରେ ଏକ ପ୍ରସ୍ତୁତି ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚେୟାରପର୍ସନ ଅରବିନ୍ଦ ଦାସ, ଉପଦେଷ୍ଟା ଡ଼ ବିଜୟ କୁମାର ଅଗ୍ରୱାଲ, କମଳେନ୍ଦୁ ଲାଲ ମହାନ୍ତ, ବାରିପଦା ଉପନଗର ପାଳ ସୀମା ଦାସ, କାଉନସିଲର ସୁକେଶିନୀ ସେଠି, ଭାଗବତ ପଣ୍ଡା, କାବେରୀ ମିଶ୍ର, ସରୋଜ କୁମାର ଖୁଣ୍ଟିଆ, ରାକେଶ ସିଂ, ଇଂ ଶିରୀଶ ହେମ୍ବ୍ରମ, ଜେମାମଣୀ ମହାନ୍ତ, ବୈଦ୍ୟନାଥ ଆଚାର୍ଯ୍ୟ, ମୂର୍ଚ୍ଛନା ଦାସ ପଟ୍ଟନାୟକ, ପ୍ରାଧ୍ୟାପକ ସୁନୀଲ ଜେନା, ପ୍ରଭାତି ମହାନ୍ତି, ନିରୋଜ କୁମାର ପୋଥାଳ ପ୍ରମୁଖ ମଂଚାସୀନ ଥିବା ବେଳେ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡ଼ ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ | ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ମହୋତ୍ସବ କମିଟିର ସଦସ୍ୟ ସଦସ୍ୟ ମାନେ ବହୁ ସଂଖ୍ୟାରେ ବୈଠକରେ ଯୋଗଦେଇଥିବା ବେଳେ, ବଳାଙ୍ଗୀ ସେନାର ଅଧ୍ୟକ୍ଷ୍ୟ କୁମାରେସ ନାୟକ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ଆଲୋଚନା କରିଥିଲେ | ପୂଜା କମିଟିର ଅଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ସଦସ୍ୟ ପିତାମ୍ବର ମଲ୍ଲିକ, ରମାକାନ୍ତ ରାଉତ, ଦିଲ୍ଲୀପ କୁମାର ପାତ୍ର, ମିଥୁନ ବାରିକ, ସୟେଦ ସିରାଜୁଦ୍ଦିନ, ଇନ୍ଦୁମତି ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ |