Onn 3

ଆଗରପଡ଼ା ଯୁବ ମହୋତ୍ସବ ୫ମ ସନ୍ଧ୍ୟା, କଣ୍ଠ ଶିଳ୍ପୀ ରାଜେଶଙ୍କ ଗୀତରେ ମତୁଆଲା ଦର୍ଶକ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ହେମପଦ୍ମ ଗାଲାସ୍କି ଠାରେ ୨ୟ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବର ୫ମ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ କମିଟି କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଅନନ୍ତ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିପିଏମ ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଜେନା, ଭଦ୍ରକ ଜିଲ୍ଲା ସିପିଏମ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦିବ୍ୟସିଂ ନାୟକ ,ସିପିଏମ ନେତା ପ୍ରଭାସ ମହାପାତ୍ର, ସମାଜସେବୀ ଉତ୍କଳ ବିଶ୍ୱାଳ, ବିଷିଷ୍ଟ ସାହିତ୍ୟିକ ହରିହର ପାଣିଗ୍ରାହୀଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ରବୀନ୍ଦ୍ର ଆଇଚ ପ୍ରମୁଖ ଯୋଗଦେଇଥିଲେ ।

କୋଷାଧ୍ୟକ୍ଷ ନୃସିଂହ ଚରଣ ଖୁଣ୍ଟିଆ ସ୍ୱାଗତ ଭାଷଣ ଏବଂ ସଂଗଠନ ସମ୍ପାଦକ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚରେ ଯୁବ ପ୍ରତିଭା ସଂଜୀବ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେ କଣ୍ଠ ଶିଳ୍ପୀ ରାଜେଶଙ୍କ ଗୀତର ତାଳେ ତାଳେ ଦର୍ଶକ ମତୁଆଲା ହୋଇଥିଲେ ।