Onn 3

୪ ହାଇୱେ ଲୁଟେରା ଗିରଫ, ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ

Crime State

 

bhadrak-3

ଭଦ୍ରକ : ଗ୍ରାମାଞ୍ଚଳ ପୋଲିସ ହାତରେ ୪ ହାଇୱେ ଲୁଟେରା। ବଡ଼ ଲୁଟ୍ ପାଇଁ ଯୋଜନା ବେଳେ ମାଡ଼ିବସିଲା ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ଘଟିଛି ଘଟଣା। ଗତି କିଛି ଦିନଧରି ୫ରୁ ୬ ଜଣ ଲୁଟେରା ଏକ ଅଟୋରେ ଯୋଜନାବଦ୍ଧ ଭାବେ ରାତିର ସୁଯୋଗ ନେଇ ୧୬ ନମ୍ବର ଜାତୀୟ ରାଜପଥ ଓ ଏହାର ଆଖ ପଖ ଅଞ୍ଚଳରେ ଲୁଟ୍ କରି ଚାଲିଥିଲେ। କାହା ଠାରୁ ବାଇକ ତ କାହା ଠାରୁ ସୁନା ଅଳଙ୍କାର । ପୁଣି କେତେବେଳେ ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲେ।

ଗତକାଲି ବିଳମ୍ବିତ ରାତିରେ ଚରମ୍ପା ଅଂଚଳରୁ ଏକ ଲୁଟର ଯୋଜନା କରୁଥିବା ବେଳେ ଏହାକୁ ପଣ୍ଡ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର, ମୋବାଇଲ, ଆଟୋ ଓ ପଲସର ବାଇକ ଜବତ କରିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବିଶାଣୀ ଖରିଦା ଅଞ୍ଚଳର ଜଗନ ପ୍ରସାଦ ନାୟକ । କୁନ୍ତଳା ଅଂଚଳର ଅଜୟ ସୋନା, ଧୂମା ବାସ୍କେ , ଏରେଇଁ ଅଂଚଳର ରାମ ଟୁଡୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟଜଣେ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଛି ।