Onn 3

ବିଜେଡ଼ିର ୨୭ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିତ

Politics State

ବାରିପଦା: ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ଵିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ସମୃଦ୍ଧ ଓଡିଶା ଗଠନ ନେଇ ବିଜେଡ଼ି ପ୍ରତିଷ୍ଠା ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଓଡ଼ିଶାର ଜନ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୭ ବର୍ଷ ଧରି ବିଜୁ ଜନତା ଦଳ ଓଡ଼ିଶାର କୃଷକ,ଖଟିଖିଆ,ଶ୍ରମିକ, ଦଳିତ, ଆଦିବାସୀ କଲ୍ୟାଣ,ମହିଳା,ଯୁବକ, ଛାତ୍ର,ଦିଵ୍ଯାଙ୍ଗ, ସୁଶାସନ,ସ୍ଥିର ଶାସନ,ବିକଶିତ ଓ ସମୃଦ୍ଧ ଓଡିଶା, ରୂପାନ୍ତର ଓଡ଼ିଶା ଗଠନ ସହିତ ସାରା ଭାରତରେ ନିଆରା ଛବି ସୃଷ୍ଟି କରି ପାରିଛି ।କରୋନା ମହାମାରୀ ସମୟରେ ମୁକାବିଲା ,୧୯୯୯ ମହାବାତ୍ୟା ମୁକାବିଲା, ସାରା ବିଶ୍ବରେ ହକି ହଵ୍,କ୍ରୀଡାର ବିକାଶ, ଶିକ୍ଷା , ସ୍ଵାସ୍ଥ୍ୟ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ଗମନାଗମନ,ମମତା, ହରିଶ୍ଚନ୍ଦ୍ର,ମୋ ବସ୍, ମନ୍ଦିରର ଉନ୍ନତିକରଣ,ବିଜୁ ଶ୍ରମିକ କଲ୍ୟାଣ ଯୋଜନା, ମହିଳା ସଶକ୍ତିକରଣ ଯୋଜନା,କୃଷକ ସଶକ୍ତିକରଣ ଯୋଜନା,ପର୍ଯ୍ୟଟନ ଶିଳ୍ପ, ବସୁଧା ଯୋଜନା, ଶିଳ୍ପ ପ୍ରତିଷ୍ଠା,ଲକ୍ଷ୍ମୀ ବସ,ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ,ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, କଟକରେ ନେତାଜୀ ବସ୍ ଟର୍ମିନାଲ,ବାଦାମବାଡ଼ି ବସ ଷ୍ଟାଣ୍ଡ ନିର୍ମାଣ, ପଣ୍ଡିତ ରଘୁନାଥ ମୁର୍ମୁ ସମାଧି ପୀଠରେ ଉନ୍ନତିକରଣ,ଭାଗବତ ଟୁଙ୍ଗୀ,କେନ୍ଦ୍ର ହସ୍ପିଟାଲ ପ୍ରତିଷ୍ଠା,ମିଶନ ଶକ୍ତି,ଭଳି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ହାତକୁ ନେଇ ଆଜି ଚର୍ଚ୍ଚାରେ ।ଏହି ଦଳକୁ ଗ୍ରାମରୁ ସହର ପର୍ଯ୍ୟନ୍ତ ସମସ୍ତ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ନିଷ୍ଠା,ତ୍ୟାଗ ଯୋଗୁଁ ଓଡ଼ିଶାର ଅତିତର ଭୂଗୋଳ ପରିବର୍ତ୍ତନ କରି ସାରା ଭାରତରେ ନିଆରା ନବୀନ ଓଡ଼ିଶାର ଏକ ସ୍ଵତନ୍ତ୍ର ଛବି ସୃଷ୍ଟି କରିଛନ୍ତି ।ଆଜିର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ଦୁର୍ଗା ମଣ୍ଡପସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିର୍ମୂୀତି ନିକଟରେ ମୟୂରଭଞ୍ଜ(୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

୩ଏଥିରେ ଯୁବ ବିଜେଡ଼ି ଜିଲ୍ଲା ସଭାପତି ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ବିଶିଷ୍ଟ ଯୁବ ବିଜେଡ଼ି ସମାଜସେବୀ ରାଇସେନ ମୁର୍ମୁ,ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳ,ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ଉପ ସଭାପତି ପାର୍ଥ ସାରଥି କବି,ଉପ ସଭାପତି ସୁଵାଷ ମଣ୍ଡଳ, ଉପସଭାପତି ସ୍ବରୂପ ବେହେରା, ଉପସଭାପତି ସଚିନ ଦାସ, ମୟୂରଭଞ୍ଜ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ଅଧ୍ୟକ୍ଷ ରାହୁଲ ଯାଦବ, ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ, ରାଇରଙ୍ଗପୁର ପୌର ଉପାଧ୍ୟକ୍ଷା ମମିତା ଚୌଧୁରୀ,ସମସ୍ତ କାଉନସିଲର ,ଵରିଷ୍ଠ ବିଜେଡି ନେତା ନିନା ଦାସ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଵହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ, ପ୍ରାକ୍ତନ ଵହଳଦଆ ବ୍ଳକ ଅଧ୍ୟକ୍ଷ ରବିନ୍ଦ୍ର ମାର୍ଣ୍ଡୀ, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଦୁର୍ଗା ହେମ୍ରମ, କାଉନସିଲର ସୁକଦେବ ବେହେରା, କାଉନସିଲର ଦେବସ୍ମିତା ଡଗରା,ନଗର ଯୁବ ବିଜେଡ଼ି ସଭାପତି ପଞ୍ଚୁ ଲୋହାର,ପୁଷ୍ପିତା ମହାନ୍ତ,ମଟକା ବିରୁଆ,ସମସ୍ତ ବିଜୁ ସମର୍ଥିତ ଜନପ୍ରତିନିଧି,୪ ଟି ବ୍ଳକର ନେତୃବୃନ୍ଦ ଓ କର୍ମି ଯୋଗ ଦେଇଥିଲେ । ନେତୃବୃନ୍ଦ କହିଥିଲେ ନବୀନ ସରକାରଙ୍କ ନବ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ । ତାଙ୍କର ଯୁଗାନ୍ତକାରୀ ଯୋଜନା ସାରା ଦେଶରେ ବିରଳ ଓ ନିଆରା । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆସନରେ ବସାଇବା ପାଇଁ ସମସ୍ତ ଦଳୀୟ ନେତୃବୃନ୍ଦ ,କର୍ମୀ ଆପ୍ରାଣ ଚେଷ୍ଟା କରିବା ଉଚିତ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଘରକୁ ଘର ବୁଲି ଜଣାଇବା ସହ ବଂଚିତ ଅସହାୟ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଚେଷ୍ଟା କରିବା ହିଁ ଆଜି ଦିବସର ସଂକଳ୍ପ ।