Onn 3

ବନ୍ଧା ହେଲେ IDCO ଚିଫ ଜେନେରାଲ ମ୍ୟାନେଜର

Crime State

 

cgm

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ IDCO ଚିଫ ଜେନେରାଲ ମ୍ୟାନେଜର ଗିରଫ ହୋଇଛନ୍ତି । ଗିରଫ ପରେ ସରୋଜ କାନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ୧୦ ପ୍ଲଟ, ଦୁଇ କୋଠା, ୮୭୧ ଗ୍ରାମ ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍ ୩୯  ରୁ ୪୦ ଲକ୍ଷ, ମୋଟର ସାଇକେଲ, କାର ଆଦି ଜବତ ହୋଇଛି। ତାଙ୍କର ୨.୫୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି, ଯାହାକି  ତାଙ୍କ ଆୟଠାରୁ  ୧୫୫ ପ୍ରତିଶତ  ଅଧିକ।

ସୂଚନା ଅନୁଯାୟୀ କଟକ ମହାନଦୀବିହାରରେ ରହିଛି ୬ହଜାର ୨୦୦ ବର୍ଗଫୁଟର ତିନି ମହଲା କୋଠା । ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରଦାରେ ରହିଛି ୩ହଜାର ୩୦୦ ବର୍ଗଫୁଟର ଦୁଇ ମହଲା ବିଲଡିଂ । ଭୁବନେଶ୍ବର ଶୈଳଶ୍ରୀ ବିହାର ଓ ବାରଙ୍ଗ ପାଟପୁରରେ ଥ୍ରୀ BHK ଫ୍ଲାଟ ଅଛି । ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ । ୧୦ଟି ପ୍ଲଟ ମଧ୍ୟରୁ ଭୁବନେଶ୍ବର ଓ କଟକର ପ୍ରାଇମ୍ ଲୋକେସନରେ ଅଛି ୭ଟି ପ୍ଲଟ ।

ସେହିପରି ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟ ଓ ଇନସ୍ୟୁରାନ୍ସ ଜମା ଠାବ ହୋଇଛି । ସେଥିରେ ଜମା ରହିଛି ୭୦ଲକ୍ଷ ୫୫ହଜାରରୁ ଅଧିକ ଟଙ୍କା । ଘରୁ ନଗଦ ଟଙ୍କା, ୮୭୧ ଗ୍ରାମର ସୁନାଗହଣା ଓ ସାଢ଼େ ୨୦ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ମଧ୍ୟ ଜବତ କରାଯାଇଛି । ଅଫିସ, ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ଚାଲିଛି । ଏହି ପରିମାଣ ଆଗକୁ ଆହୁରି ଅଧିକ ହୋଇପାରେ ।