Onn 3

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

State

ହଷ୍ଟେଲକୁ କେନ୍ଦ୍ର କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ହଷ୍ଟେଲ ରୁମ ଆବଣ୍ଟନରେ ହେଉଥିବା ପାତର ଅନ୍ତରକୁ ବିରୋଧ କରି ଛାତ୍ରମାନେ କରିଛନ୍ତି ଆନ୍ଦୋଳନ । ଏହି ପାତର ଅନ୍ତର ନୀତିକୁ ବିରୋଧ କରି ପିଜି ଡିପାର୍ଟ ମେଣ୍ଟର ଦ୍ଵିତୀୟ ବର୍ଷର ଛାତ୍ର ପିଜି କାଉନସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ହଷ୍ଟେଲରେ ସିଙ୍ଗିଲ ରୁମ ମିଳୁନଥିବା ନେଇ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀ ପିଜି କାଉନ୍ସିଲ ସମ୍ମୁଖରେ ଧାରଣାରେ ବସିବା ସହ ଏହି ଘଟଣାରେ ଭିସି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । ଘଟଣାର ସମାଧାନ ନହେଲେ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।