ପାରାଦୀପରେ ପୁଣି ମାଛ ମଡ଼କ। କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ। ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ। ଦୁଇ ଦିନ ଧରି ଯୋରରେ ମାଛ ମରି ଭାସୁଛନ୍ତି। ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ଏତେ ସଂଖ୍ୟାରେ ମାଛ କିପରି ମଲେ, କାରଣ ଅସ୍ପଷ୍ଟ ରହିଛି।