Onn 3

ରାଉରକେଲାରୁ କୋଲାକତା ଉଡ଼ିବ ବିମାନ

State

 

Screenshot-2023-12-26-182149-750x430

ଭୁବନେଶ୍ବର: ଏଣିକି ରାଉରକେଲାବାସୀଙ୍କ ପାଇଁ ସହଜ ହେବ କୋଲକତା ଯାତ୍ରା । କାରଣ ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ଏଥିପାଇଁ ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ।

ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି। ବିମାନଟି ଏହି ୩ଦିନ ପୂର୍ବାହ୍ନ ୧୧ଟାରେ କୋଲକତାରୁ ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୩ଟା ୫୦ରେ ବାହାରି କୋଲକତାରେ ୫ଟା୨୦ରେ ପହଁଞ୍ଚିବ ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଭୁବନେଶ୍ବରରୁ ଝାରସୁଗୁଡ଼ା ସିଖାସଳଖ ଯାତ୍ରା କରିବ ଆଲାଏନ୍ସ ଏୟାର ବିମାନ । ଏହି ବିମାନ ସପ୍ତାହରେ କେବଳ ୪ ଦିନ ଯଥା, ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ । ବିମାନଟି ଭୁବନେଶ୍ବରରୁ ଅପରାହ୍ନ ୪ଟା ୧୫ରୁ ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ନ ୫ଟା ୩୦ରେ ପହଁଞ୍ଚିବ । ପୁର୍ନବାର ଝାରସୁଗୁଡ଼ାରୁ ଅପରାହ୍ନ ୫ଟା ୫୫ରୁ ବାହାରି ଭୁବନେଶ୍ବରରେ ୭ଟା ୫ମିନିଟ୍ ରେ ପହଁଞ୍ଚିବ ।