ସୂଚନା ମୁତାବକ, ଆଜି ସାକଳୁ ମୁମ୍ବାଇ ସ୍ଥିତ ଆରବିଆଇ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ଯେଉଁଥିରେ ଅନେକ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା। ଇ-ମେଲରେ ଆରବିଆଇ କାର୍ଯ୍ୟାଳୟ, HDFC ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ରଖାଯାଇଥିବା ଦାବି କରାଯାଇଥିଲା।
କେବଳ ସେତିକି ନୁହେଁ ଇ-ମେଲ ମାଧ୍ୟମରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଥିଲା। ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇ ଉଡ଼ାଇ ଦେବାକୁ ଏଥିରେ ଧମକ ଦିଆଯାଇଥିଲା। ଏହି ଇ-ମେଲ ଅନୁଯାୟୀ ଆଜି ମଧ୍ୟାହ୍ଣ ପ୍ରାୟ ସାଢ଼େ ଗୋଟେ ସମୟରେ ଏହି ବିସ୍ଫୋରଣ ଘଟିବାର ଥିଲା କିନ୍ତୁ ଏଭଳି କିଛି ଘଟିନାହିଁ।
ସେପଟେ ଧମପୂର୍ଣ୍ଣ ଇ-ମେଲ୍ ଆସିବା ପରେ ପୁଲିସ ଚାରିଆଡେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସର୍ଚ୍ଚ ବେଳେ ସେପରି କୌଣସି ସନ୍ଧିଗ୍ଧ ଜିନିଷ ମିଳିନଥିଲା। ଏହି ଘଟଣାରେ ଏବେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିଏ ଏହି ଇ-ମେଲ ପଠାଇଛି ସେ ନେଇ ଯାଞ୍ଚ ଚାଲିଛି।