Onn 3

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ସଂଖ୍ୟା ୩କୁ ବୃଦ୍ଧି

State

 

Corona-Cases

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତ ୭ ଦିନ ମଧ୍ୟରେ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୨୮ ନୂଆ କୋଭିଡ୍-୧୯ ସଂକ୍ରମଣ ରେକର୍ଡ କରାଯାଇଛି। ଯାହା ଫଳରେ ଦେଶବ୍ୟାପୀ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ଟପିଛି। ଦୁଃଖର କଥା ହେଉଛି, ଗତକାଲି କେରଳରେ ଜଣେ ବ୍ୟକ୍ତି ଏହି ମାରାତ୍ମକ ଭୂତାଣୁରେ ପ୍ରାଣ ହରାଇଛନ୍ତି।

କୋଭିଡ୍-୧୯ର ସବ୍ ଭାରିଆଣ୍ଟ ଜେଏନ୍.୧କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ଆଡଭାଇଜରି ଜାରି କରି ବାହାରକୁ ବାହାରିବା ସମୟରେ କେତେକ ବର୍ଗର ଲୋକଙ୍କୁ ମୁହଁରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ବୟସ୍କ ବ୍ୟକ୍ତି ଓ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ସୂଚନା ଦେଇ ସତର୍କ କରାଇଦେଇଛି ଯେ ଯଦିଓ ଜେଏନ.୧ ଭାରିଏଣ୍ଟ ମାମଲା ସାମାନ୍ୟ ରହିଛି। ତଥାପି ସତର୍କ ରହିବା ଜରୁରୀ । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ନୂଆ ଜେଏନ୍.୧ ଭାରିଏଣ୍ଟର ମାମଲା ସାମ୍ନାକୁ ଆସୁଥିବା ବେଳେ କୋଭିଡ୍ ମାମଲା ବୃଦ୍ଧି ନେଇ ଚିନ୍ତା ବଢ଼ିବାରେ ଲାଗିଛି। ତଥାପି ସଚେତନ ରହିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି।