କନ୍ୟା ପକ୍ଷଙ୍କ ଘର ନିଜାମାବାଦରେ ହୋଇଥିବା ବେଳ ବର ପକ୍ଷ ଜଗତିୟାଲ ଅଞ୍ଚଳରେ। ନଭେମ୍ବର ମାସରେ ସେମାନଙ୍କ ନିର୍ବନ୍ଧ ନିଜାମାବାଦରେ ହୋଇଥିଲା। କିନ୍ତୁ ନିର୍ବନ୍ଧର କିଛି ସମୟ ପରେ ହିଁ ବାହାଘର ଭାଙ୍ଗି ଯାଇଛି।
କନ୍ୟା ପକ୍ଷ ବର ଘର ଲୋକ, ଅତିଥି ଓ ସମ୍ପର୍କୀୟଙ୍କ ପାଇଁ ଆମିଷ ମେନ୍ୟୁ ପ୍ରସ୍ତୁତ କରିଥିଲେ। କିନ୍ତୁ ଏଥିରେ ମଟନ ସୁପ ନଥିଲା। ନିର୍ବନ୍ଧ ପରେ ମଟନ ସୁପକୁ ନେଇ ବର ଘର ଲୋକ ହଲାପଟା କରିଥିଲେ।
କନ୍ୟା ଘର ଲୋକ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ସ୍ଥିତି ଏପରି ହୋଇ ହୋଇଥିଲା ଯେ ଦୁଇ ପକ୍ଷ ପରସ୍ପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ।
ବିବାଦ ବଢ଼ିବାରୁ ପୁଲିସ ପୂରା ମାମଲାରେ ହସ୍ତକ୍ଷେପ କରିଥିଲା। ପୁଲିସ୍ ବର ପକ୍ଷଙ୍କୁ ବୁଝାସୁଝା କରି ଆପୋଷ ସମାଧାନ କରିବାକୁ କହିଥିଲା। କିନ୍ତୁ ସେମାନେ ଏପରି ଅପମାନକୁ ସହ୍ୟ କରିବେ ନାହିଁ ବୋଲି କହିଥିଲେ।
ମଟନ ସୁପ ମେନ୍ୟୁରେ ନଥିଲେ ହେଁ ଏକଥା ଜାଣିଶୁଣି କନ୍ୟା ଘର ଲୋକ ଲୁଚାଇ ଥିଲେ ବୋଲି ବର ଘର ଲୋକ କହିଛନ୍ତି। ଶେଷରେ ନିର୍ବନ୍ଧ ପାର୍ଟିରେ ହିଁ ବାହାଘରକୁ ଭାଙ୍ଗି କର ଘର ଲୋକ ଚାଲି ଯାଇଥିଲେ।