Onn 3

୨୭ ବର୍ଷରେ ପାଦ ଥାପିଲା ବିଜେଡି; ରାଜ୍ୟବ୍ୟାପୀ ଗଣଦୌଡ, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ

State

 

bjd-3

ଭୁବନେଶ୍ବର : ୨୭ ବର୍ଷରେ ପାଦ ଥାପିଲା ବିଜେଡି  । ଆଜି ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏଥିଲାଗି ପୁରା ସଜେଇ ହୋଇଛି ଶଙ୍ଖ ଭବନ  । ସବୁ ପ୍ରସ୍ତୁତି ପ୍ରାୟ ସରିଛି  । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ। ୧୯୯୭ ଡିସେମ୍ବର ୨୬ ତାରିଖରେ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା  । ଏହି ଅବସରରେ ଆଜି କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ପର୍ଯ୍ୟନ୍ତ ଯୁବ ଓ ଛାତ୍ର ଜନତା ଦଳ ଏକ ସାଇକେଲ ରାଲି ଶୋଭାଯାତ୍ରା ହୋଇଥିଲା ।

ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ସାଧାରଣ ଲୋକ ଙ୍କ ସେବା ଓ ବିକାଶକୁ ଗୁରୁତ୍ବ ଦେବାକୁ ଆଜି ବିଜଡି କର୍ମୀ ଓ ନେତାମାନେ ଶପଥ ନେବେ । ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ୨୦୨୪ ନିର୍ବାଚନ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଗତଥର ପୁରୀରେ ବିଜେଡିର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା।