Onn 3

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ

Crime State

 

raid-7

ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର । ଭୁବନେଶ୍ବର ଇଡକୋ ଚିଫ୍ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଥ୍ରୀ ବିଏଚକେ ଫ୍ଲାଟ, ବାରଙ୍ଗ ପାଟପୁରରେ ଥିବା ଥ୍ରୀ ବିଏଚକେ ଫ୍ଲାଟ, ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରାଦରେ ଥିବା ପୈତୃକ ଘରେ ଚାଲିଛି ଯାଞ୍ଚ ।

ସେହିପରି କଟକ ମହାନଦୀବିହାରରେ ଥିବା ୩ ମହଲା କୋଠା, ଜାରକାରେ ଥିବା ଦୁଇ ମହଲା କୋଠା ଓ ନୟାପଲ୍ଲୀ IRC ଭିଲେଜରେ ଥିବା ସମ୍ପର୍କୀୟଙ୍କ ଘର ସମେତ ଇଡକୋ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ । ଚଢ଼ାଉରେ ୧୦ଜଣ ଡିଏସପି, ୬ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।