Onn 3

ଚାରି ଚୋରା ମଦ ବ୍ୟବସାୟୀ ଗିରଫ ; ୪୦ଲିଟର ଚୋରା ବିଦେଶୀ ମଦ ଜବତ

Crime State

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଞ୍ଚଳରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ଏହି ଦୁଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ହେବ ଅବାଧରେ ଚୋରା ମଦ ବ୍ୟବସାୟୀ ଚାଲିଥିଲାବେଳେ ଉକ୍ତ ୪ଜଣ ବ୍ୟକ୍ତି ସେଥିରେ ସକ୍ରିୟ ରହିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଏହି ଚୋରା ମଦ ବ୍ୟବସାୟୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିବା ମଧ୍ୟ ଚର୍ଚ୍ଚା ଯୋର ଧରିଛି । ଚୋରା ମଦ ବ୍ୟବସାୟୀ କୁ ସ୍ଥାନୀୟ ପୋଲିସ ଧରୁଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଚାପରେ ସେମାନଙ୍କୁ ଛାଡ଼ି ଦିଆଯାଉଥିଲା ବେଳେ ପୁର୍ନବାର ସେମାନେ ଏହି ବ୍ୟବସାୟ କରୁଛନ୍ତି ।

ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ଟିକିନା ପତି ଦୀର୍ଘଦିନ ହେବ ଚୋରା ମଦ ବ୍ୟବସାୟ କରୁଥିଲା ବେଳେ ଜନାର୍ଦ୍ଦନପୁର ଗ୍ରାମର ଅଚ୍ୟୁତାନନ୍ଦ କର, ଭଦ୍ରେଶ୍ୱର ର କଣ୍ଡୁରୀ ବେହେରା, ଓସ୍ତପୁରର ନିର୍ମଳ ବେହେରା ଙ୍କ ଉପରେ ଚଢାଉ କରାଯାଇଛି । ସେମାନଙ୍କ ଠାରୁ ୪୦ ଲିଟର ମଦ ମଧ୍ୟ ଜବତ କରାଯାଇ ଗିରଫ ହୋଇଥିବା ଜଣାଯାଇଛି ।