Onn 3

ଶିଶୁ ମନ୍ଦିରରେ ଜାତୀୟ ଗଣିତ ଦିବସ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ହୋଇଛି । ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ଦୀପାଞ୍ଜଳୀ ମିଶ୍ରଙ୍କ ସଭାପତିତ୍ୱରେ ଏଥିରେ ଉପସଭାପତି ଅଶୋକ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦିକା ବିଦ୍ୟୁଲତା ପଣ୍ଡା ପ୍ରମୁଖ ଯୋଗ ଦେଇ ଗଣିତ ପାଠ୍ୟକ୍ରମର ଉପାଦେୟତା ଏବଂ ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀମାନେ ଗଣିତ ଶିକ୍ଷାକୁ ଗୁରୁତ୍ୱ ଦେବା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଗଣିତ ପ୍ରମୁଖ ମୀନାକ୍ଷୀ ସେନାପତିଙ୍କ ତତ୍ତ୍ୱାବଧାନରେ ସମସ୍ତ ଗଣିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍କର୍ଷ ଗଣିତ ଶିକ୍ଷା ଏବଂ ଦୈନନ୍ଦିନ ଜୀବନରେ ଗଣିତର ବ୍ୟବହାର ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇଥିଲେ । ପ୍ରଧାନାଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ ଅତିଥି ପରିଚୟ ପ୍ରଦାନ କରି ଗଣିତ ଦିବସ ପାଳନର ତାତ୍ପର୍ଯ୍ୟ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଆଚାର୍ଯ୍ୟ ବ୍ରଜକିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।