Onn 3

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ଓ ପୁରସ୍କାର ବିତରଣ

State

ନିଶ୍ଚିନ୍ତକୋଇଲି: ଉତ୍ତରକୂଳ ଠାରେ ଥିବା ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟ ରେ ଚାଲିଥିବା ନୂଆ-ଓ,ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀଙ୍କ ବିକାଶ ପାଇଁ ବିଭିନ୍ନ ଦିନରେ ସାମାଜିକ ସଚେତନତା , ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ ଓ ପାରମ୍ପାରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ଜ୍ଞାନରଂଜନ ଦାସଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବେ ସମାଜସେବୀ କିଶୋର ଚନ୍ଦ୍ର ସାହାଣୀ, ସମ୍ମାନିତ ଅତିଥି ଭାବେ ସଂଗ୍ରାମ କୁମାର ସାହାଣୀ, ଶିକ୍ଷାବିତ୍ ଦୁର୍ଗାପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେବା ପାଇଁ ନୂଆ ଓଡ଼ିଶା କାଯ୍ର‌୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ ।

ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ.ବିଜୟ କୁମାର ରାଉତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ତ୍ରିପାଠୀ, ଅଧ୍ୟାପକ ତିଳୋତ୍ତମା ନାୟକ, ଅଧ୍ୟାପିକା ଶୁଭଶ୍ରୀ ଦାସ, ଅଧ୍ୟାପିକା ବିଜୟଲକ୍ଷ୍ମୀ ଭୋଇ, ନରେଶ ଦାସ, ପୁରୁଷୋତ୍ତମ ସାହୁ, କରୁଣାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନୋଡ଼ାଲ ଅଫିସର ଅଧ୍ୟାପକ ବିପିନ ବିହାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।