Onn 3

ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା

State

 

laxmi-bus-750x430

ଭୁବନେଶ୍ୱର:  ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍  । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ  ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ  କ୍ୟାସଲେସ ଏବଂ  ସୁବିଧାଜନକ ପରିବହନ ପାଇଁ  ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ ହୋଇଛି ।  କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ  ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଓଏସ୍ଆରଟିସିର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର  ଯାତ୍ରୀମାନଙ୍କ  ଯାତାୟତକୁ ସୁଗମ କରିବ ବୋଲି ପ୍ରକାଶ କରିଥିଲେ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବା ସଂପର୍କରେ ଆଲୋକପାତ କରି ସେ  ‘ଲକ୍ଷ୍ମୀ ବସ’ରେ କ୍ୟୁଆର କୋଡର ସୁବିଧା କିପରି ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ, ସେ ସଂପର୍କରେ ଆଲୋଚନା କରିଥିଲେ ।

ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ  ଦିପ୍ତେଶ ପଟ୍ଟନାୟକ କହିଛନ୍ତି, “ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ‘ଲକ୍ଷ୍ମୀ କ୍ୟୁଆର କୋଡ’ର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି” । ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, “ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ୍ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାଦ୍ୱାରା ଯାତାୟତ ଆହୁରି ସରଳ ହେବ।”   କାର୍ଯ୍ୟକ୍ରମ ପରିଶେଷରେ ଓଏସ୍ଆରଟିସିର ସାଧାରଣ ସମ୍ପାକକ ବିଶିକେସନ ଦେହୁରୀ  ଧନ୍ୟବାଦ ଅର୍ପଣ  କରିଥିଲେ ।