Onn 3

ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

Uncategorized

ବାରିପଦା : ଆସନ୍ତା ୧୭ ତାରିଖରେ ପାଳିତ ହେବାକୁ ଥିବା ମୟୂରଭଂଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଙ୍କ ଜୟନ୍ତୀ ଉତ୍ସବକୁ ଧୁମ୍ ଧାମରେ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ଉପସଭାପତି ଅର୍କିଟେକ୍ଟ ମନୋଜ କୁଅଁରଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ରେ ଚଳିତ ବର୍ଷ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ୧୫୩ ତମ ଜୟନ୍ତୀ କୁ ଶିଶୁ ଉଦ୍ୟାନ ର ଐତିହାସିକ ବ୍ୟାଣ୍ଡ ଷ୍ଟାଣ୍ଡ ଠାରେ ବାରିପଦା ପୌରପରିଷଦ, ଆମେ ମୟୂରଭଞ୍ଜିଆ ଏବଂ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ମିଳିତ ଆନୁକୁଲ୍ୟରେ ଆସନ୍ତା ରବିବାର ଦିନ ବେଶ୍ ଧୁମ୍ ଧାମରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆ ଯାଇଛି l

ଆସନ୍ତା ଡିସେମ୍ବର 17 ତାରିଖ ନବୋତ୍କଳର ନବ ନିର୍ମାତା ମୟୂରଭଞ୍ଜର ପ୍ରାତଃ ସ୍ମରଣୀୟ ପୂଣ୍ୟଶ୍ଳୋକ ମହାରାଜା ରାଜର୍ଷି ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ଜୟନ୍ତୀ ଉତ୍ସବ କୁ ଗୌରବ ଦିବସ ପାଳନ କରିବା ସହିତ ଜିଲ୍ଳାର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଭଞ୍ଜ ଗୌରବ ଭାବେ ସମ୍ମାନିତ କରିବାକୁ ବୈଠକ ରେ ନିଷ୍ପତି ହୋଇଛି l
ଏହି ଅବସରରେ ନବମ ସଂସ୍କାର ଶିଶୁ ମହୋତ୍ସବ ମୟୁରୀ ରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ନେଇ ପ୍ରତିଭା ସମାବେଶ ସାଙ୍ଗକୁ 6ଷ୍ଠ ରୁ ଦଶମ ଶ୍ରେଣୀ ମଧ୍ୟାରେ ଛାତ୍ର ଛାତ୍ରୀଙ୍କୁ ନେଇ ରଙ୍ଗୋଲି ପ୍ରତିଯୋଗିତା, ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ପୋଟ୍ରେଟ ଅଙ୍କନ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଭୂମିକା ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା, ନବୋତ୍କଳ ର ନବ ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଶୀର୍ଷକରେ ବକ୍ତୃତା ପ୍ରତିଯୋଗିତା, ଏବଂ ମହାରାଜା ଙ୍କ ବେଶ ପ୍ରତି ଯୋଗିତା ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ହୋଇଛି l ଏହି ଅବସରରେ ଅପରାହ୍ନ ରେ କୁନି କୁନି ପ୍ରତିଭାଙ୍କ ଦ୍ୱାରା ବ୍ୟାଣ୍ଡ ଷ୍ଟାଣ୍ଡ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି l ଆମେ ମୟୂରଭାଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଆଇନଜୀବି ତଥା ମୟୂରୀର ଉପଦେଷ୍ଟା କ୍ଷେତ୍ରମୋହନ ପଣ୍ଡା, ପ୍ରୀତିସୁଧା ତ୍ରିପାଠୀ, ଡ ତରୁଣ ଓଝା, ମୟୂରୀ ର ଯୁଗ୍ମ ସମ୍ପାଦିକା ରେଣୁବାଳା ରଥ, ସଦସ୍ୟ କିଚକ ବେହେରା, ବିପ୍ଳବ ଦାଶ, ସନ୍ତୋଷ ପୃଷ୍ଟି, ପ୍ରଦୀପ କର, ଅନ୍ଵେଶିତା ତ୍ରୀପାଠୀ, ଦର୍ଶନା ଭଞ୍ଜଦେଓ, ହିମାଦ୍ରି ତନୟା ଚୌଧୁରୀ ଏବଂ ପ୍ରଭାତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l