Onn 3

ଧାରଣାରେ ଏମ୍ସ ସଫେଇ କର୍ମଚାରୀ: ଡାକ୍ତରଖାନା ପରିସରରେ ବାଜିଲାନି ଝାଡୁ

State

 

aiims-750x430

ଭୁବନେଶ୍ୱର:ଭୁବନେଶ୍ୱର ଏମ୍ସରେ ଶ୍ରମିକ ଛଟେଇକୁ ନେଇ ପ୍ରତିବାଦ ତୀବ୍ର ରୂପ ଆଜି ନେଇଛି । ଶ୍ରମିକ ଛଟେଇ ଓ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଶତାଧିକ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସଫେଇ କର୍ମଚାରୀମାନେ ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବ ସିଛନ୍ତି । ଠିକା ସଂସ୍ଥା ବିଆଇଏସ ବିରୋଧରେ ଏହି କର୍ମଚାରୀମାନେ ଧାରଣା ଦେଇଛନ୍ତି ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଆଜି ସକାଳୁ ଏମ୍ସ ପରିସରରେ ସଫେଇ କାମ ବନ୍ଦ ରହିଛି । ଉକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି ଧମକ ଦେଇଛନ୍ତି ସଫେଇ କର୍ମଚାରୀ ।