Onn 3

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

State

 

sp-44561140-f2vmjm-thumbnail-750x430-1

ସୁବର୍ଣ୍ଣପୁର : ବାରହା ଶିକାର ପାଇଁ ତାର ବିଛା ଯାଇଥିଲା । ହେଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନୀରିo ନାବାଳକଙ୍କ ଜୀବନ ଚାଲିଯାଇଛି । ଏଭଳି କିଛି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ । ମୃତକ ଦୁଇ ନାବାଳକ ସିଂହପାଲି ଗାଁର ନବୀନ ଡୁଙ୍ଗଡୁଙ୍ଗଙ୍କ ପୁଅ ଜିତ ଓ ପୁତୁରା ରମେଶ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜିତ୍ ଓ ରମେଶ ଦୁଇ ଜଣ ମିଶି ଧାନ କ୍ଷେତ ଜଗିବାକୁ ବିଲକୁ ଯାଉଥିଲେ ।

ହେଲେ ବାଟରେ ଯିବା ବେଳକୁ ଉଭୟ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହା ବାରହାଙ୍କୁ ଶୀକାର ପାଇଁ ବିଛାଯାଇଥିଲା । ଯେଉଁଥିରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଉଭୟଙ୍କ ପାଟି ଶୁଣି ବାପା ନବୀନ ଡୁଙ୍ଗଡୁଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ । ହେଲେ ସେ ମଧ୍ୟ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଜିତ୍ ଓ ରମେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ନବୀନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା , ତାର କାରଣ ଅସ୍ପଷ୍ଟ ରହିଥିବାବେଳେ ଉଲୁଣ୍ଡା ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।