Onn 3

ଚଂଚକତାର ଶିକାର ହେଉଛି ଚାଷୀ, ଦଲାଲ ଓ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସମବାୟ ସମିତି

State

ଆଗରପଡ଼ା:ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଚାଷୀକୁ ପ୍ରୋତ୍ସାହିତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଚାଷୀ ବିଭିନ୍ନ କ୍ଷେତ୍ରରେ ଚଂଚକତାର ଶିକାର ହେଉଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅନ୍ତର୍ଗତ କାଦବରାଙ୍ଗ ସେବା ସମବାୟ ସମିତି ଠାରେ । ଉକ୍ତ ସେବା ସମବାୟ ସମିତି ଦଲାଲ ଓ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବାର ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ;ବନ୍ତ ବ୍ଲକରେ ପୁରୁଷଣ୍ଢ, କାଦବରାଙ୍ଗ, ସରମରା, ବସନ୍ତିଆ, ଚାଇଁପୁର,ଗଣିଜାଙ୍ଗ, ଟିଲୋ, ପଧାନପଡ଼ା(ନିଳକ), ସେଣ୍ଢତିରା, କେନ୍ଦୁଆପଦା ଓ ରାମକୃଷ୍ଣପୁର ଏହିପରି ୧୧ଗୋଟି ସମବାୟ ସମିତି କାର୍ଯ୍ୟକରୁଥିବା ବେଳେ ସରକାରୀ ନିର୍ଦ୍ଦେଶାନୁସାରେ ରାମକୃଷ୍ଣପୁରକୁ ଛାଡ଼ି ଅନ୍ୟ ୧୦ଟି ସମିତି ଚାଷୀଙ୍କ ଠାରୁ ଧାନ କିଣା ବିକା କରିପାରିବେ । ଏହି ଅନୁସାରେ କାଦବରାଙ୍ଗ ସମବାୟ ସମିତି ଅଧିନରେ ବାଦବରାଙ୍ଗ, ଅଣିଜୋ, ଓଡ଼ଙ୍ଗଏବଂ ବନବର୍ଚ୍ଚିକୟାଁ ଏହିପରି ୪ଗୋଟି ପଂଚାୟତ ରହିଛି । ଉକ୍ତ ପଂଚାୟତ ବାସୀ ଏଠାରେ ଅମଳ ଧାନ କିଣା ବିକା କରିପାରିବେ । କିନ୍ତୁ ଉକ୍ତ ସମିତିରେ ପ୍ରତିବର୍ଷ ଧାନମଣ୍ଡି ଖୋଲିବା ମାତ୍ରେ ଦଲାଲମାନଙ୍କ ରାଜୁତି ଆରମ୍ଭ ହୋଇଯାଇଥିବା ଦେଖାଯାଇଥାଏ । ଏବଂ ଉକ୍ତ ଦଲାଲଙ୍କ ସହିତ ସମ୍ପାଦକଙ୍କ ମଧୁଚନ୍ଦ୍ରିକାରୁ ଚାଷୀ ଧାନ କିଣାବିକାରେ କ୍ଷତି ସହୁଥିବାରୁ ବହୁ ସମୟରେ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥାନ୍ତି ।

ଓଡ଼ଙ୍ଗ ପଂଚାୟତର ଜନୈକ ଚାଷୀଙ୍କ ଅଭିଯୋଗ ଅନୁଯାୟୀ;୨୦୨୨ ଆର୍ôଥକ ବର୍ଷରେ ସେ ଅମଳ କରିଥିବା ଧାନକୁ ତାଙ୍କ ଟୋକନ ନଂ ଅନୁସାରେ କାଦବରାଙ୍ଗ ସମବାୟ ସମିତିରେ ଗତ ମାର୍ଚ୍ଚ ମାସ ୬ ତାରିଖରେ ଦେଇଥିଲେ । ଧାନ ମଣ୍ଡିରେ ଦେବା ପରେ ସମିତି ତରଫରୁ ମଣ୍ଡିରେ ୯୫ ବ୍ୟାଗ ଧାନ କିଣାହେବା ଓ ଯାହାର ପରିମାଣ ୪୦କ୍ୱିଣ୍ଟାଲ ୩୯ କେଜି ବୋଲି ଦର୍ଶାଯାଇ ଏକ କିଣାହେବାର ବିବରଣୀ ରସିଦ(କମ୍ପ୍ୟୁଟର)ତାଙ୍କୁ ପ୍ରଦାନ କରାଯାଇଥିଲା । ପରେ ଆଉ କୌଣସି ପ୍ରକ୍ରିୟା ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇନଥିବା ବେଳେ । ମାର୍ଚ୍ଚ ମାସ ୨୦ ତାରିଖରେ ତାଙ୍କ ବ୍ୟାଙ୍କ ଖାତାରେ ୪୦ହଜାର୮ଶହ ଟଙ୍କା ଜମା ହୋଇଥିବା ସେ ଜାଣିବାକୁ ପାଇଥିଲେ । ତେଣୁ ଉକ୍ତ ଚାଷୀ ଦେଇଥିବା ଧାନର ଉଚିତ୍ ମୂଲ୍ୟ ପାଇନଥିବା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମ୍ପାଦକ ତାଙ୍କ ଅଭିଯୋଗ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସେ ବାଧ୍ୟ ହୋଇ ନ୍ୟାୟ ପାଇଁ ଖାଉଟି ଅଦାଲତର ଆଶ୍ରୟ ନେଇଥିବା ପ୍ରକାଶ କରିଛନ୍ତି । ଉକ୍ତ ସମସ୍ୟାକୁ ନେଇ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରିବାରୁ ସେ ବିଭିନ୍ନ ପ୍ରକାର ଆଳ ଦେଖାଇବା ସହ ଅଭିଯୋଗକାରୀଙ୍କ ଠାରେ ଭେଣ୍ଡର ଟୋକନ(ବିକ୍ରି ରସିଦ)କେତେ ପରିମାଣର ଥିଲା ତାହା ଜାଣିବାକୁ ଚାହିଁଥିଲେ । କିନ୍ତୁ ସମିତି ତରଫରୁ ଅଭିଯୋଗକାରୀଙ୍କୁ କେବଳ ଗୋଟିଏ ରସିଦ ପ୍ରଦାନ କରାଯାଇଥିବାବେଳେ ଉକ୍ତ ଚାଷୀ କପିରେ ସମିତି ସମ୍ପାଦକଙ୍କ ଦସ୍ତଖତ ମଧ୍ୟ ନଥିବା ଜଣାପଡ଼ିଛି ।

ଯାହାକି ତାଙ୍କ କାର୍ଯ୍ୟକଳାପର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ଯନି ଚାଷୀଙ୍କ ଠାରୁ ସମିତି ଧାନ କିଣିଛି ତେବେ କେତେ ପରିମାଣର ଧାନ ବିକ୍ରୀ ହୋଇଛି ତାହା ମଧ୍ୟ ସମିତି ପାଖରେ ପଂଜିକୃତ ହୋଇଥିବ ଓ କାଗଜ ମହଜୁଦ ଥିବ କିନ୍ତୁ କେଉଁ କାରଣ ଓ କେଉଁ ପରିସ୍ଥିତିରେ ସମ୍ପାଦକ ଚାଷୀଙ୍କୁ ତାଙ୍କ ଅମଳ ଧାନ ବିକ୍ରୀର ଉଚିତ୍ ମୂଲ୍ୟ ପ୍ରଦାନ କଲେନାହିଁ ତାହା ତଦନ୍ତ ସାପେକ୍ଷ । ତେଣୁ ଉକ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ସମିତିରେ ଲାଗି ରଡିଥିବା ଅନିୟମିତତାର ପର୍ଦ୍ଦାଫାସ ହେବ ବୋଲି ବିଭିନ୍ନ ମହଲରୁ ଦାବୀ ହେଉଛି । ସରକାରଙ୍କ ତରଫରୁ ଚାଷୀଙ୍କପାଇଁ ମଣ୍ଡିର ବ୍ୟବସ୍ଥା କରାଯାଉଥିବାରୁ ମଣ୍ଡିରେ ଦଲାଲଙ୍କ ସକ୍ରିୟତା ପ୍ରତି ଅଙ୍କୁଶ ଲଗାଇବା ସହ ସମ୍ପାଦକଙ୍କ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେଲେ ଚାଷୀ ତାର ଚାଷର ପ୍ରକୃତ ମୂଲ୍ୟ ପାଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।